ଦିନେ tiktok ଭିଡିଓ କରି ହୋଇଥିଲେ ନିଲମ୍ବିତ, ଏବେ ସେହି ଟିକଟକ୍‌ ପାଇଁ ହେଲେ ଷ୍ଟାର

ଗୁଜରାଟର ଜଣେ ମହିଳା ପୋଲିସକର୍ମୀଙ୍କୁ ଗତ ବର୍ଷ ଥାନାରେ ଟିକଟକ କରି ଭାଇରାଲ ହୋଇଥିବା ଖବର ତ ଆପଣଙ୍କର ମନେଥିବ। ଯେ କେମିତି ନିଜ ଡ୍ୟୁଟି ସମୟରେ ଟିକଟକ୍‌ ଭିଡିଓ କରିବା ମହଙ୍ଗା ପଡିଥିଲା। ଥାନାରେ ଲକ୍‌-ଅପ୍‌ ସାମ୍ନାରେ ଫିଲ୍ମ ଗୀତରେ ଡ୍ୟାନ୍ସ କରି ଭିଡିଓ କରିବା ଭାରୀ ପଡିଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯିବାରୁ ଅର୍ପିତାଙ୍କୁ ଚାକିରିରୁ ସସପେଣ୍ଡ କରିଦିଆଯାଇଥିଲା।

video courtesy : Khalid Mahmood Khalid 
ଚାକିରି ଯିବା ପରେ ସେ ଆଉ କେବେ ଜୀବନରେ ଆଗକୁ ବଢ଼ିପାରିବେ ନାହିଁ ବୋଲି ଭାବି ନେଇଥିଲେ। କିନ୍ତୁ ହଠାତ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ ବୋଲି ତାଙ୍କୁ ଜଣା ନଥିଲା। ଯେଉଁ ଭିଡିଓ ପାଇଁ ସେ ଦିନେ ନିଲମ୍ବିତ ହୋଇଥିଲେ, ସେହି ଭିଡିଓ ତାଙ୍କୁ ଯେ ନୂଆ ପରିଚୟ ଆଣିଦେବ, ସେ ବିଷୟରେ କେବେ ବି ଭାବି ନଥିଲେ ଅର୍ପିତା।

tiktokକିନ୍ତୁ କୁହନ୍ତି ନି ଭାଗ୍ୟ କେତେବେଳେ ଯେ କାହାର ଚମକିବ ତାହା କେହି ବି ଜାଣିନଥାନ୍ତି। ଠିକ ସେହିଭଳି ଘଟଣା ଘଟିଛି ଟିକଟିକ୍‌ ଭିଡିଓ ପାଇଁ ସସପେଣ୍ଡ ହୋଇଥିବା ମହିଳା ପୋଲିସକର୍ମୀଙ୍କ ସହିତ। ଟିକଟକ୍‌ ବନାଉଥିବା ମହିଳା କନଷ୍ଟେବଲ ଅର୍ପିତା ଗୁଜରାତରେ ଅଭିନେତ୍ରୀ ବନିଯାଇଛନ୍ତି। କେବଳ ଏତିକି ନୁହେଁ ଅର୍ପିତାଙ୍କ ଗୁଜରାଟ ଆଲବମ୍‌ ‘ଟିକ ଟକ ନି ଦିଓ୍ଵାନୀ’ ନିକଟରେ ଲଞ୍ଚ ହୋଇଛି। ରିଲିଜ୍ ପରେ ଏବେ ଲୋକପ୍ରିୟ ହେବାରେ ଲାଗିଛନ୍ତି ଅର୍ପିତା । ରିଲିଜ୍ ହେବାର ଦୁଇ ଦିନ ପରେ ଭିଡିଓକୁ ୨ମିଲିୟନ ଲୋକ ଦେଖିସାରିଥିବା ଜଣା ପଡ଼ିଛି।

video courtesy : VM DIGITAL

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.