ଭାରତକୁ ନେଇ ତାଲିବାନ ଦେଲା ବଡ଼ ବୟାନ, ଲସ୍କର ଓ ଜୈସ ଆତଙ୍କ ସଂଗଠନକୁ ବଡ଼ ଝଟକା

ନୂଆଦିଲ୍ଲୀ : ତାଲିବାନମାନେ ଆଫଗାନିସ୍ତାନ ଦଖଲକଲାପରେ ଆମେରିକା ସମେତ କେତେକ ଦେଶକୁ ଚେତାବନୀ ଦେଇଛନ୍ତି । ହେଲେ ଭାରତକୁ ନେଇ ତାଲିବାନୀଙ୍କ ଆଭିମୁଖ୍ୟ ଅଲଗା ବୋଲି ତାଲିବାନୀ ନେତାଙ୍କ ବୟାନରୁ ଜଣାପଡ଼ିଛି ।

ନିକଟରେ ତାଲିବାନୀ ନେତା ତଥା ବିଦେଶ ମନ୍ତ୍ରୀ ମହମ୍ମଦ ଅବ୍ଦାସ ସ୍ତାନିକଜାଇ କହିଛନ୍ତି ଯେ ଆମେ ଭାରତର ଶତ୍ରୁ ନୋହୁଁ । ଭାରତ ସହ ଆମେ ଭଲ ସମ୍ପର୍କ ଚାହୁଁଛୁ । ଭାରତ-ପାକିସ୍ତାନକୁ ନେଇ ମଧ୍ୟ ସେ ବଡ ବୟାନ ଦେଇଛନ୍ତି । ତାଲିବାନ ଭାରତ କମ୍ବା ପାକିସ୍ତାନ କାହାର ପକ୍ଷ ନେବ ନାହିଁ ବୋଲି ସେ କହିଛନ୍ତି ।

ଲସ୍କର ଓ ଜୈସ ସଂଗଠନକୁ ଝଟକା :

ଶେର ମହମ୍ମଦ କହିଛନ୍ତି ଯେ ତାଲିବାନ ଭାରତ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛି । ତାଲିବାନ ଲସ୍କର ଓ ଜୈସ ଭଳି ଆତଙ୍କବାଦୀ ସଂଗଠନଙ୍କୁ ଭାରତ ବିରୋଧରେ ଲଢ଼ିବାକୁ ଆଫଗାନିସ୍ତାନ ଭୂମିକୁ ବ୍ୟବହାର ପାଇଁ ଦେବନାହିଁ ।

ଆଫଗାନିସ୍ତାନରୁ ଏହି ବୟାନ ଆସିବା ପରେ ଲସ୍କର ଓ ଜୈସ ସଂଗଠନକୁ ବଡ଼ ଝଟକା ଲାଗିଛି । ଖାଲି ସେତିକି ନୁହେଁ ଆଫଗାନିସ୍ତାନ ଭାରତ ସହ ସାଂସ୍କୃତିକ ଓ ଆର୍ଥିକ ସମ୍ପର୍କ ବନାଇ ରଖିବାକୁ ଚାହୁଁଛି ବୋଲି କହିଛନ୍ତି ଶେର ମହମ୍ମଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.