ତାମିଲନାଡୁରେ ପୁଣିଥରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ, ୨୮ ଜୁନ ଯାଏଁ ରହିବ ଲାଗୁ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁରେ ପୁଣି ବଢ଼ିଲା ଲକଡାଉନ। ଏମକେ ଷ୍ଟାଲିନ ସରକାର ରାଜ୍ୟରେ ଆଉ ସପ୍ତାହେ ବଢ଼ାଇଲେ ଲକଡାଉନ। ଏବେ ତାମିଲନାଡୁରେ ଜୁନ ୨୧ ରୁ ଜୁନ ୨୮କୁ ବଢ଼ିଲା ଲକଡାଉନ। ତେବେ ଏହି ସମୟରେ ଲୋକଙ୍କୁ ଯେଉଁ ସୁବିଧା ମିଳୁଥିଲା ତାହା ଜାରି ରହିବ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ରାଜ୍ୟ ସରକାର ଜୁନ ୨୧ ଯାଏଁ ଲକଡାଉନ ବଢ଼ାଇବାକୁ ଘୋଷଣା କରିଥିଲେ।

ତାମିଲନାଡୁରେ ଶନିବାର କରୋନାର ନୂଆ ୮୧୮୩ ମାମଲା ସାମ୍ନାକୁ ଆସିଥିଲା। ସେହିପରି ୧୮୦ ଜଣଙ୍କ ମୃତ୍ୟୁ ହୋଇଥିଲା। କରୋନା ସଂକ୍ରମଣ କମିଥିଲେ ବି ସ୍ଥିତି ସୁଧୁରିନଥିବାରୁ ରାଜ୍ୟ ସରକାର ଲକଡାଉନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.