ଦୁର୍ଘଟଣାରେ ମଲେ କ୍ଷତିପୂରଣ ମିଳେ ବୋଲି ପୁଅର ଫି ଭରିବାକୁ ବସ୍‌ ଆଗକୁ ଡେଇଁପଡିଲେ ମହିଳା

ପୁଅର କଲେଜ ଫିସ ଭରିବା ପାଇଁ ବସ୍‌ ଆଗକୁ ଡେଇଁଲେ ମହିଳା । ଦୁର୍ଘଟଣାରେ ମଲେ କ୍ଷତିପୂରଣ ମିଳିବ ବୋଲି କେହି ଜଣେ ମହିଳାଙ୍କୁ କହିଥିଲେ । ତେଣୁ ମହିଳା ଜଣକ ଏଭଳି କରିଛନ୍ତି । ତାମିଲନାଡୁରେ ଘଟିଛି ଏଭଳି ଦୁର୍ଘଟଣା ।

ଦୁର୍ଘଟଣାରେ ମଲେ କ୍ଷତିପୂରଣ ମିଳିବ । ଏମିତି କିଏ ଜଣେ କହିଥିଲା । ତେଣୁ ପିଲାର ସ୍କୁଲ ଫିସ୍‌ ଭରିବାକୁ ସ୍କୁଲ ଆଗକୁ ଡେଇଁପଡିଲେ ମହିଳା । ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁରେ ଘଟିଛି ଏଭଳି ଦୁର୍ଘଟଣା ।

କଥାରେ ଅଛି, ମା’ର ମମତାର କୌଣସି ସୀମା ନାହିଁ । ତେଣୁ ପୁଅ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଛନ୍ତି ମହିଳା । ତାମିଲନାଡୁର ସେଲମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଫେଇ କର୍ମର ଭାବେ କରୁଥିବା ୪୫ ବର୍ଷୀୟ ମହିଳାଙ୍କର ମୃତ୍ୟୁ ବସ୍‌ ଦୁର୍ଘଟଣାରେ ହୋଇଛି । ନିଜ ପୁଅର କଲେଜ ଫିସ ଭରି ପାରୁନଥିଲେ ମହିଳା । ତେଣୁ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ସରକାର ସହାୟତା ରାଶି ଦିଅନ୍ତି ବୋଲି ମହିଳା ଜଣକ ବସ୍‌ ଆଗକୁ ଡେଇଁପଡିଥିଲେ । ନିଜ ପିଲାର ପଢା ଯେପରି ନ ବନ୍ଦ ହେଉ, ମା’ ଏପରି ପଦକ୍ଷେପ ନେଇଛି ।

ଖବର ମୁତାବକ, ଦୁର୍ଘଟଣାରେ ମୃତ୍ୟୁବରଣ କଲେ ସରକାର ସହାୟତା ରାଶି ପ୍ରଦାନ କରନ୍ତି ବୋଲି କେହି ଜଣେ ମହିଳାଙ୍କୁ କହିଥିଲେ । ତେଣୁ ମହିଳା ଜଣକ ଏଭଳି ପଦକ୍ଷେପ ନେଇଥିଲେ । ମହିଳା ଜଣକ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ୧୫ ବର୍ଷ ହେଲାଣି ପୁକୁ ଧରି ଏକୁଟିଆ ରହୁଥିଲେ । ଏହି ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ମହିଳା ଜଣକ ବସ୍‌ ଆଗକୁ ଡେଇଁବାକୁ ଚେଷ୍ଟା କରିଥିଲେ, କିନ୍ତୁ ବାଇକ ସହିତ ଧକ୍କା ହୋଇଥିଲେ । କିଛି ସମୟ ପରେ ପୁଣିଥରେ ବସ୍‌ ଆଗକୁ ଡେଇଁପଡିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.