ବର୍ଷା ଦିନରେ ସାପଙ୍କ ଘର ଆପଣ ପିନ୍ଧୁଥିବା ଜୋତା ବି ହୋଇପାରେ, ପିନ୍ଧିବା ଆଗରୁ ନିହାତି ସତର୍କ ରୁହନ୍ତୁ
ଜୋତା ଭିତରେ ଲୁଚିଛି ସାପ।ବର୍ଷା ଦିନରେ ସାପଙ୍କ ଘର ଆପଣ ପିନ୍ଧୁଥିବା ଜୋତା ବି ହୋଇପାରେ, ପିନ୍ଧିବା ଆଗରୁ ସତର୍କ ରୁହନ୍ତୁ।ଜୋତା ପିନ୍ଧିବା ପୂର୍ବରୁ ନିଶ୍ଚୟ ଝାଡ଼ନ୍ତୁ ।

ଜୋତା ଭିତରେ ରହିଛି ସାପ। ସେ ବି ଏମିତି ସେମିିତି ସାପ ନୁହେଁ ବିଷଧର ଅହିରାଜ ସାପ। କିଙ୍ଗ କୋବ୍ରା, ନାଁ ଶୁଣିଲେ ଛାତିରେ ଛନକା ପଶେ , କିନ୍ତୁ ଏହା ଯଦି ଆପଣ ପିନ୍ଧୁଥିବା ଜୋତାରେ ରହୁଥିବ , ଆଉ ଅଜାଣତରେ ସେହି ଜୋତାକୁ ପିନ୍ଧିଦେବେ , ତେବେ କଥା ସରିଲା। ଏମିତି ଏକ ଭିଡ଼ିଓ ଏବେ ଭାଇରାଲ ହେଉଛି। ଜଣେ ବ୍ୟକ୍ତିଙ୍କ ପିନ୍ଧୁଥିବା ଜୋତା ଭିତରେ ପଶି ରହିଛି ଭୟାନକ ବିଷଧର ସାପ। ଆଉ ଏହାକୁ ଜାଣିବା ପରେ ତାର ଏକ କ୍ଳିପ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଆଜିକାଲି ଆପଣ ଅନେକ ବିଷଧର ସାପର ଭିିଡ଼ିଓ ଦେଖୁଥିବେ। ଏହା ଏମିତି ଏକ ଜନ୍ତୁ ଯାହା କେଉଁଠି ବି ଯାଇ ରହିଯିବ। ଆପଣ ଙ୍କୁ ଜଣାବି ନଥିବ। କେବେ କେବେ ଏହା ଘର ଭିତରେ ପଶିଯାଇ ରହିଥାଏ। ନଜର ପଡ଼ିଗଲେ ଯାଇ ଜଣାପଡ଼େ। ଅନେକ ଲୋକଙ୍କର ସାପକୁ ନେଇ କୋକୁଆ ଭୟ ଥାଏ। ସେମାନେ ଦେଖିବା ମାତ୍ରେ ଥରିବାକୁ ଲାଗନ୍ତି। ଆଉ ଏବେ ଭାବନ୍ତୁ ଏମିତି ବିଷଧର ସାପ ଆପଣଙ୍କ ପାଦ ତଳେ ଆସିଗଲେ କଣ ହେବ?
ଭାବିଲେ ଡର ଲାଗିବ ନିଶ୍ଚୟ। ଏବେ ଆମେ ଯେଉଁ କ୍ଳିପ ଦେଖାଉଛୁ ତାହା ଖୁବ ଭାଇରାଲ ହେଉଛି। ଗୋଟିଏ ଜୋତା ଭିତରେ ବିଷଧର ଅହିରାଜ ଲୁଚି ରହିଛି। ଏହାକୁ ଭଲ ଭାବେ ଦେଖି ନଥିଲେ ସାପ ବିଷୟରେ ଜଣା ବି ପଡ଼ିନଥାନ୍ତା। ଆଉ ଯଦି ଏହି ଜୋତାକୁ ବ୍ୟକ୍ତି ଜଣକ ପିନ୍ଧିଥାନ୍ତେ ତେବେ ଜୀବନ ଚାଲିଯାଇଥାନ୍ତା। ଖବର ବିଷୟରେ ଜାଣି ସଙ୍ଗେ ସଙ୍ଗେ ସ୍ନେକ ହେଲ୍ପଲାଇନର କୁ ଡକାଯାଇଥିଲା। ଭିଡ଼ିଓରେ ଆପଣ ସ୍ପଷ୍ଟ ଭାବେ ଦେଖିପାରୁଥିବେ।
View this post on Instagram
ସାପ ଧରାଳୀ ଜଣକ ଏହି ଭିଡ଼ିଓକୁ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଦେଖନ୍ତୁ ଜୋତା ଭିତରେ ସାପ ଟି ଏଭଳି ଭାବେ ରହିଛି ଜଣେ ଜାଣି ବି ପାରିବନି। ମହିଳା ଜଣକ ଜୋତାକୁ ଉଠାଇବା ପରେ ଏହା ବିଷୟରେ ଜଣାପଡ଼ିଲା। ଆଜିକାଲି ବର୍ଷା ଦିନରେ ଏହି ଘଟଣା ଅଧିକ ଦେଖିବାକୁ ମିଳିଥାଏ। ସାପ ଶୁଖିଲା ସ୍ଥାନକୁ ଯିବା ପାଇଁ ଚାଲି ଆସନ୍ତି। ଯାହା ତାଙ୍କ ଆଗରେ ପଡେ ସେଥିରେ ଲୁଚି ବସନ୍ତି।
ଭିଡ଼ିଓରେ ସାପ ଧରାଳୀ ଜଣକ ଅତି ଚାଲାକ ଭାବେ ସାପ ଟି କୁ ଧରିଥିଲେ। ଏହି ଭିଡ଼ିଓକୁ ଦେଖିବା ପରେ ଆପଣ ସମସ୍ତେ ବୁଝିପାରିଥିବେ ଏହି ସମୟରେ ସତର୍କ ରହିବା କେତେ ଜରୁରୀ। ଆପଣ ଯେତେବେଳେ ବି ନିଜ ଜୋତା ପିନ୍ଧିବାକୁ ଯାଉଛନ୍ତି ସେହି ସମୟରେ ଭଲ ଭାବେ ନିଜ ଜୋତାକୁ ଚେକ୍ କରନ୍ତୁ। ବିଶେଷ କରି ବର୍ଷା ଦିନରେ ଏଭଳି ସତର୍କ ରହିବାକୁ ଆଦୌ ଭୁଲନ୍ତୁ ନାହିଁ। ନଚେତ ଟିକେ ଅନ୍ୟମନସ୍କ ରେ ଆପଣଙ୍କ ଜୀବନ ଚାଲିଯାଇପାରେ।
ଏହି ଭିଡ଼ିଓକୁ ସ୍ନେକ ରେସକ୍ୟୁଅର ଆରତୀ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି। ଏହି ଭିଡ଼ିଓକୁ ଅନେକ ଭିୟୁଜ ସହ ଲାଇକ ମଧ୍ୟ ମିଳିଛି। ଆପଣ ବି ଏହି ଭିଡ଼ିଓ ଦେଖି ସଚେତନ ରୁହନ୍ତୁ। ଏହାକୁ ଖୁବ ମାତ୍ରାରେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ। ଆମ ପେଜ କୁ ଫଲୋ କରନ୍ତୁ। ଏଭଳି ଜରୁରୀ ଭିଡ଼ିଓ ସମ୍ପର୍କରେ ଜାଣିବା ପାଇଁ ଦେଖୁଥାନ୍ତୁ କେନ୍ୟୁଜ ଓଡ଼ିଶା।