ଜର୍ମାନୀରେ ଚର୍ଚ୍ଚରେ ବିବାହ ପରେ ବଙ୍ଗାଳୀ ରୀତିନୀତିରେ ବାହା ହେବେ ଶ୍ରୀଜିତା, ଗୋଆରେ ଚାଲିଛି ପ୍ଲାନିଂ
ଶ୍ରୀଜିତା ଦେ ଏବଂ ମାଇକେଲ ବ୍ଲୋହମ ବିବାହ କରିବା ପରେ ପୁଣିଥରେ ବଙ୍ଗାଳୀ ଷ୍ଟାଇଲରେ ବିବାହ କରିବେ । ଜର୍ମାନୀର ଏକ ଚର୍ଚ୍ଚରେ ବିବାହ କରିବା ପରେ ଦୁହେଁ ଗୋଆରେ ବଙ୍ଗାଳୀ ରୀତିନୀତି ଅନୁଯାୟୀ ବିବାହ କରିବେ ବୋଲି ଶ୍ରୀଜିତା କହିଛନ୍ତି ।
ଟିଭି ଅଭିନେତ୍ରୀ ଶ୍ରୀଜିତା ଦେ ପ୍ରେମିକ ମାଇକେଲ ବ୍ଲୋହମ-ପେପଙ୍କୁ ବିବାହ କରିଛନ୍ତି । ଦୁହେଁ ଚର୍ଚ୍ଚରେ ବିବାହ କରିବା ପରେ ଏବେ ବଙ୍ଗାଳୀ ରୀତିନୀତିରେ ବିବାହ କରିବାକୁ ଯାଉଛନ୍ତି । ଉଭୟଙ୍କ ରୀତିନୀତି ଅନୁଯାୟୀ ବିବାହ କରିବାକୁ ଶ୍ରୀଜିତାଙ୍କ ମନ ରହିଥିଲା । ତେଣୁ ଦୁହେଁ ପ୍ରଥମେ ଚର୍ଚ୍ଚରେ ବିବାହ କରିବା ପରେ ବଙ୍ଗାଳୀ ରୀତିନୀତିରେ ବିବାହ କରିବେ । ଜର୍ମାନୀର ଏକ ଚର୍ଚ୍ଚରେ ଦୁହେଁ ବିବାହ କରିଥିବା ବେଳେ ଖୁବଶୀଘ୍ର ନଭେମ୍ବର କିମ୍ବା ଡିସେମ୍ବରରେ ବଙ୍ଗାଳୀ ରୀତିନୀତି ଅନୁଯାୟୀ ବିବାହ କରିବାକୁ ଯାଉଛନ୍ତି ।
ବିବାହ ପରେ ଶ୍ରୀଜିତା କହିଛନ୍ତି, ଆମ ବିବାହ ବଙ୍ଗାଳୀ ରୀତିନୀତି ଅନୁଯାୟୀ ନିଶ୍ଚିତ ହେବ । କିନ୍ତୁ ଆମେ ଗୋଆରେ ବିବାହ କରିବୁ । ଏଥିପାଇଁ ପ୍ଲାନିଂ ଆରମ୍ଭ କରିଛୁ । ଏଥିପାଇଁ ରିସୋର୍ଟ ବୁକିଂ ଚାଲିଛି । ବିବାହ ଚର୍ଚ୍ଚ ପରି ବିଚ୍ରେ ହେବ । ଆଉ ମାଇକେଲ ମଧ୍ୟ ବଙ୍ଗାଳୀ ଲୁକରେ ବିବାହ କରିବା ପାଇଁ ଉତ୍ସାହିତ ରହିଛନ୍ତି ।
View this post on Instagram
ଶ୍ରୀଜିତା ଏବଂ ମାଇକେଲ ଦୀର୍ଘଦିନରୁ ପରସ୍ପରକୁ ଡେଟ୍ କରୁଛନ୍ତି । ମାଇକେଲ ଜର୍ମାନୀରେ ଏକ ବରିଷ୍ଠ ପଦବୀରେ ରହି କାମ କରୁଛନ୍ତି । କିଛିଦିନରୁ ମୁମ୍ବାଇରେ ରହୁଛନ୍ତି । ବିଗବସ୍ ହାଉସରେ ଶ୍ରୀଜିତା ଥିବା ବେଳେ ବହୁତ ସପୋର୍ଟ କରିଥିଲେ ମାଇକେଲ । ଏହି ସମୟରେ ମଧ୍ୟ ବିଗବସ୍ ହାଉସକୁ ଆସିଥିଲେ ।
View this post on Instagram