ରାଜଧାନୀର ଭରତପୁର ସମ ହସ୍‌ପିଟାଲ ପୁରୁଣା ରୋଡ଼ରେ ହାତୀ ଆତଙ୍କ, ସିସିଟିଭିରେ କଏଦ ହେଲା ଚିତ୍ର

ରାଜଧାନୀରେ ବୁଲୁଛି ହାତୀ । ରାତି ଅଧରେ ପଶି ଭାଙ୍ଗିଲା ପାଚେରୀ ।

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ବୁଲୁଛି ହାତୀ । ଭରତପୁର ସମ ହସ୍‌ପିଟାଲ ପୁରୁଣା ରୋଡ଼ରେ ହାତୀ ଆତଙ୍କ । ରାତି ଅଧରେ ପଶି ଭାଙ୍ଗିଲା ପାଚେରୀ । ସିସିଟିଭିରେ କଏଦ ହୋଇଛି ଚିତ୍ର। ଗତକାଲି ରାତିରେ ହାତୀଟି କଲୋନୀରେ ପଶି ଗେଟ୍‌କୁ ହଲାଇଥିଲା ।

ଶବ୍ଦ ଶୁଣି ଲୋକେ ଘରୁ ବାହାରି ଦେଖିବାରୁ ହାତୀ ବୁଲୁଛି । ଫଳରେ ଲୋକେ ଭୟଭୀତ ହୋଇପଡିଥିଲେ । ଚନ୍ଦକା ଜଙ୍ଗଲରୁ ହାତୀଟି ପଳାଇଆସିଥିବା ସୂଚନା ମିଳିଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲକୁ ଘଉଡାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.