ହୃଦୟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଆନ୍ତୁ ଏହି ୪ଟି ଜିନିଷ

ରିସର୍ଚ୍ଚ ଅନୁସାରେ ଯେଉଁ ଲୋକମାନେ ହେଲଦି ଡାଏଟକୁ ଫୋଲୋ କରନ୍ତି, ସେମାନଙ୍କ ମଧ୍ୟରେ ହୃଦୟ ସମ୍ବନ୍ଧୀୟ ରୋଗର ବିପଦ ୩୧ ପ୍ରତିଶତ ପର୍ଯ୍ୟନ୍ତ କମ ଥାଏ । ହେଲଦି ଡାଏଟ ଶରୀରକୁ ମଜବୁତ କରିବା ସହ ବିଭିନ୍ନ ରୋଗରେ ଲଢ଼ିବା ପାଇଁ କ୍ଷମତା ଦେଇଥାଏ ।

ବର୍ତ୍ତମାନର ଖରାପ ଡାଏଟ ଏବଂ ଲାଇଫଷ୍ଟାଇଲ ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି । ଷ୍ଟ୍ରୋକ ଏବଂ ହାର୍ଟଆଟାକ ଭଳି ହୃଦୟ ସମ୍ବନ୍ଧୀୟ ରୋଗର ବିପଦ ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଯୁବପିଢି ପର୍ଯ୍ୟନ୍ତ ପହଞ୍ଚିଯାଇଛି । ହୃଦୟକୁ ସୁସ୍ଥ ରଖିବା ପାଇଁ ଓ୍ଵାର୍କଆଉଟ ସହିତ ଡାଏଟର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି । ହେଲଦି ଡାଏଟ ଶରୀରକୁ ମଜବୁତ କରିବା ସହ ବିଭିନ୍ନ ରୋଗରେ ଲଢ଼ିବା ପାଇଁ କ୍ଷମତା ଦେଇଥାଏ ।

ରିସର୍ଚ୍ଚ ଅନୁସାରେ ଯେଉଁ ଲୋକମାନେ ହେଲଦି ଡାଏଟକୁ ଫୋଲୋ କରନ୍ତି, ସେମାନଙ୍କ ମଧ୍ୟରେ ହୃଦୟ ସମ୍ବନ୍ଧୀୟ ରୋଗର ବିପଦ ୩୧ ପ୍ରତିଶତ ପର୍ଯ୍ୟନ୍ତ କମ ଥାଏ । ତେବେ ହୃଦୟକୁ ସୁସ୍ଥ ରଖିବା ପାଇଁ କେଉଁ ଖାଦ୍ୟ ଖାଇବା ଜରୁରୀ ତାହା ଜାଣି ରଖନ୍ତୁ ।

ଅଖରୋଟ:
ଅଖରୋଟରେ ଓମେଗା ୩ ଫ୍ୟାଟି ଏସିଡ ମିଳିଥାଏ । ଏହା ଆମ ଶରୀର କୋଲେଷ୍ଟ୍ରଲ ଲେଭଲକୁ କମ କରିଥାଏ । ପ୍ରତ୍ୟେକ ଦିନ ଅଖରୋଟ ଖାଇବା ଦ୍ୱାରା ଶିରାପ୍ରଶିରା ଫୁଲିଥିଲେ ଏହାକୁ କମ କରାଯାଇ ପାରିବ । ଅଖରୋଟର ହେଲଦି ଫ୍ୟାଟ୍ସ ଦ୍ୱାରା ହୃଦୟ ସୁସ୍ଥ ରହିଥାଏ ।

କମଳା:
ହାଇ ବ୍ଲଡ ପ୍ରେସର ମଧ୍ୟ ହୃଦୟ ସମ୍ବନ୍ଧୀୟ ରୋଗର ସଂକେତ ହୋଇପାରେ । ଉଚ୍ଚ ରକ୍ତଚାପ ହୋଇଥିଲେ କମଳା ଲାଭଦାୟକ ପ୍ରମାଣିତ ହୋଇଥାଏ । ଏଥିରେ ଭିଟାମିନ ସି ବ୍ୟତୀତ ପ୍ରୋଟିନ ଫାଇବର ରହିଥାଏ, ଯାହା କୋଲେଷ୍ଟ୍ରଲକୁ କମ କରିଥାଏ । ଏହାକୁ ନିୟମିତ ଭାବେ ଖାଇବା ଦ୍ୱାରା ଉଚ୍ଚ ରକ୍ତ ଚାପ ସମସ୍ୟା ଦୂର ହୋଇଥାଏ ।

ଅଳସୀ:
ଅଳସୀରେ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ଥାଏ । ଅଳସୀକୁ ଡାଏଟରେ ସାମିଳ କରିବା ଦ୍ୱାରା ରକ୍ତ ପ୍ରବାହ ଠିକ ରହିଥାଏ । ଶରୀରରେ ଫାଇବର ଓ ଫାଇଟୋ କେମିକାଲ୍ସର ଅଭାବକୁ ପୂରା କରିବାରେ ଅଳସୀ ଲାଭଦାୟକ ହୋଇଥାଏ । ଏହାକୁ ଡାଏଟରେ ସାମିଲ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ ।

ସବୁଜ ପନିପରିବା:
ସବୁଜ ପନିପରିବାରେ ଭିଟାମିନ୍ସ ଏବଂ ମିନେରାଲ୍ସ ଭରପୁର ମାତ୍ରାରେ ମିଳିଥାଏ । ଏହା ବ୍ୟତୀତ ଏଥିରେ ନାଇଟ୍ରେଟ ମଧ୍ୟ ମିଳିଥାଏ । ହୃଦୟକୁ ସୁସ୍ଥ ରଖିବା ପାଇଁ ପାଳଙ୍ଗ, ବିନ୍ସ, ସୋରିଷ ଶାଗ ଏବଂ ମେଥିକୁ ଡାଏଟରେ ସାମିଲ କରିବା ଜରୁରୀ । ଏହାକୁ ଖାଇବା ଦ୍ୱାରା ଶରୀରରେ ଆଇରନ ଅଭାବ ଦୂର ହୋଇଥାଏ । ସବୁଜ ପନିପରିବା ଖାଇବା ଦ୍ୱାରା ଅକ୍ସିଜେନ ଆମ ହୃଦୟରେ ସହଜରେ ପହଞ୍ଚିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.