Below header

କିଏ ସେହି ବ୍ୟକ୍ତି ଯିଏ ମଞ୍ଚରେ ହାର୍ଦ୍ଦିକଙ୍କୁ ମାରିଲେ ଚାପୁଡା ? ପତ୍ନୀଙ୍କ ପାଇଁ ନେଲେ ପ୍ରତିଶୋଧ

ମଞ୍ଚରେ ହାର୍ଦ୍ଦିକ ପଟେଲଙ୍କୁ ମାଡ । ଭାଷଣ ଦେଉଥିବା ବେଳେ ସଭା ମଝିରେ କଂଗ୍ରେସ୍ ନେତାଙ୍କୁ ଚାପୁଡା ମାରିଲେ ଜଣେ ବ୍ୟକ୍ତି । ଯାହାର ଭିଡିଓ ଏବେ ତୋଫାନ୍ ବେଗରେ ଭାଇରାଲ୍ ହେବାକୁ ଲାଗିଛି । ହେଲେ କିଏ ଏହି ବ୍ୟକ୍ତି ? କାହିଁକି ସଭା ମଝିରେ ସମସ୍ତଙ୍କ ସାମ୍ନାରେ ହାର୍ଦ୍ଦିକଙ୍କୁ ମାରିଲେ ଚାପୁଡା ? ଖବର ପଢିବା ପରେ ନିଶ୍ଚୟ ଏହି ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ତରୁଣ ଗଜ୍ଜର । ତେବେ ତରୁଣ କୌଣସି ରାଜନୈତିକ ଆକ୍ରୋଶ ରଖି ହାର୍ଦ୍ଦିକଙ୍କୁ ମାରି ନାହାଁନ୍ତି । ବରଂ ପଟିଦାର ଆନ୍ଦୋଳନ ସମୟରୁ ହିଁ ହାର୍ଦ୍ଦିକଙ୍କ ଉପରେ ରାଗ ରଖିଥିଲେ ତରୁଣ । ଆଉ ଆଜି ସୁଯୋଗ ପାଇଁ ସୁଝାଇଛନ୍ତି । ହେଲେ ପଟିଦାର ଆନ୍ଦୋଳନ ପାଇଁ ତରୁଣଙ୍କ ମନରେ କି ରାଗ ଥିଲା ? ତରୁଣଙ୍କ କହିବା ସମୟରେ ପଟିଦାର ଆନ୍ଦୋଳନ ସମୟରେ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଯେତେବେଳେ ପିଲା ଜନ୍ମ ହେବା ପରେ ଔଷଧ ଆଣିବାକୁ ଯାଇଥିଲେ ସେତେବେଳେ ଆନ୍ଦୋଳନ ଯୋଗୁଁ ସବୁ ଦୋକାନ ବନ୍ଦ ଥିଲା । ଯାହା ଫଳରେ ତାଙ୍କ ପିଲା ମରୁ ମରୁ ବଂଚିଛି ବୋଲି କହିଛନ୍ତି ତରୁଣ ।

tarunଆଉ ସେବେଠାରୁ ପ୍ରତିଶୋଧର ନିଆଁରେ ଜଳୁଥିଲେ ତରୁଣ । ଆଉ ହାର୍ଦ୍ଦିକ ପଟେଲଙ୍କୁ ଉଚିତ୍ ଶିକ୍ଷା ଦେବାକୁ ସୁଯୋଗ ଖୋଜୁଥିଲେ । ଅନେକ ଥର ଚେଷ୍ଟା କରିବା ପରେ ଆଜି ସେହି ସୁଯୋଗ ପାଇଥିଲେ ତରୁଣ । ଆଉ ଆଜି ସମସ୍ତଙ୍କ ସାମ୍ନାରେ ଚାପୁଡା ମାରି ପ୍ରତିଶୋଧର ନିଆଁକୁ ଲିଭାଇଥିଲେ ।

କେବଳ ସେତିକି ନୁହେଁ । ହାର୍ଦ୍ଦିକଙ୍କୁ ହିଟଲର୍ ସହ ସମାନ କରିଛନ୍ତି ତରୁଣ । ହାର୍ଦ୍ଦିକ ଯେତେବେଳେ ଚାହୁଁଛନ୍ତି ଗୁଜୁରାଟ ବନ୍ଦ କରିଦେଉଛନ୍ତି । ଦୋକାନ ବଜାର ବନ୍ଦ ହେବା ଯୋଗୁଁ ସାଧାରଣ ଲୋକ ହିଁ ହଇରାଣ ହେଉଛନ୍ତି । ହାର୍ଦ୍ଦିକ ପଟେଲଙ୍କୁ ୧୪ ପଟିଦାରଙ୍କ ମୃତ୍ୟୁର କାରଣ ବୋଲି ମଧ୍ୟ କହିଛନ୍ତି ତରୁଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.