Below header

ବ୍ୟବସାୟୀଙ୍କ ଆଲମାରୀରୁ ଗଦା ଗଦା ଟଙ୍କା ବଣ୍ଡଲ, ଆଇଟି ବିଭାଗ ହାତରେ ୧୫୦କୋଟି

କାନପୁର ଅତର ବ୍ୟବସାୟୀ ପିୟୁଷ ଜୈନଙ୍କ ଘରେ ଆୟକର ବିଭାଗର ଚଢାଉ । ଏହାରି ଭିତରେ ଆଲମିରାରେ ଏତେ ଟଙ୍କା ମିଳିଲା ଯେ ନୋଟ ଗଣିବା ମେସିନ ଆଣିବାକୁ ପଡିଲା । ଏହି ରେଡ ପ୍ରାୟ ୨୪ ଘଣ୍ଟା ଧରି ଚାଲିଥିଲା । ପିୟୁଷଙ୍କ ଘରେ ନୋଟର ବଣ୍ଡଲ ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳିଥିଲା । ଗୁରୁବାର ପୂର୍ବାହ୍ନରେ କାନପୁର, ମୁମ୍ବାଇ ଓ ଗୁଜୁରାଟରେ ଏହି ଚଢାଉ ଆରମ୍ଭ ହୋଇଥିଲା । କାନପୁର ବ୍ୟବସାୟୀ ପିୟୁଷ ଜୈନଙ୍କ ସହ ଜଡିତ ସ୍ଥାନରେ ଆୟକର ଚଢାଉ ବେଳେ ୧୫୦କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ମିଳିଛି ।

୨୩ ଡିସେମ୍ବର ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଚଢାଉରେ ତାଙ୍କ ଘର କାରଖାନା, କାର୍ଯ୍ୟାଳୟ, କୋଲ୍ଡ ଷ୍ଟୋର ଏବଂ ପେଟ୍ରୋଲ ପମ୍ପ ମଧ୍ୟ ସାମିଲ ହୋଇଛି । ଜିଏସଟି ବିଭାଗ ଅଧିକାରୀଙ୍କ ଟିକସ ଫାଙ୍କିବା ନେଇ ପ୍ରଥମେ ଏହି ଚଢାଉ କରାଯାଇଥିଲା । ଅଧିକ ତଥ୍ୟ ସାମନାକୁ ଆସିବା ପରେ ଆଇଟି ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଏହି ଅତର ବ୍ୟବସାୟୀ ଜଣକ ଜଣେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ନିକଟତର ହୋଇଥିବା ଜଣାପଡିଛି ।

ଆନନ୍ଦପୁର ନିବାସୀ ପୀୟୁଷ ଜୈନ କନୌଜର ଚିପ୍ପାଟ୍ଟ୍‌ୀର ଅଟନ୍ତି । ତାଙ୍କର ଏକ ଘର, ଅତର କାରକାନା, କୋଲ୍ଡ ଷ୍ଟୋର, କନୌଜରେ ପେଟ୍ରୋଲ ପମ୍ପ ରହିଛି ବୋଲି ଆଇଏନଏସ ରିପୋର୍ଟ କରିଛି । ଅଧିକାରୀଙ୍କ ଅନୁଯାୟୀ ମଧ୍ୟ ପୂର୍ବରୁ ଦୁଇଟି ଓ ପରେ ମିଶି ପାଖାପାଖି ପ୍ରାୟ ୪୦ଟି କମ୍ପାନୀ ରହିଛି । ଅଧିକାରୀମାନେ ଆଇଏନଏସକୁ କହିଛନ୍ତି କି ସେ ମୁଖ୍ୟତ କନୌଜରେ ଅତର ବ୍ୟବସାୟ ସହ ସେହି ଆଧାରରେ ମୁମ୍ବାଇରେ ଏକ ସୋରୁମର ମାଲିକାନା ଅଛି ଯେଉଁଠାରୁ ଦେଶ ତଥା ବିଦେଶରୁ ସୁଗନ୍ଧିତ ଦ୍ରବ୍ୟ ବିକ୍ରି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.