ଶନିବାର ଦିନ କରନ୍ତୁ ଏହି ଉପାୟ, ନିଶ୍ଚୟ ଚମକିବ ଭାଗ୍ୟ

ଶନିରେ ସମ୍ବନ୍ଧୀତ ଉପାୟ ବିଶେଷ ରୂପରେ ଶନିବାର ଦିନ କରାଯାଏ। ସେହିପରି ଶନିଙ୍କ ଉପାୟକୁ କରିବା ଦ୍ୱାରା ଭାଗ୍ୟ ମଧ୍ୟ ଚମକିଥାଏ। ତେବେ ଆସନ୍ତୁ ଜାଣିବା ଶନିବାର ଦିନ କରାଯାଉଥିବା ଏହି ବିଶେଷ ଉପାୟ ବିଷୟରେ।

ଶନିବାର ଦିନ କଳା କୁକୁର ଏବଂ କଳା ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ। ଏହା ସହ କଳା ରଙ୍ଗର ପକ୍ଷୀଙ୍କୁ ଦାନା ଖୁଆନ୍ତୁ, ଏହାଦ୍ୱାରା ଜୀବନରେ ଆସୁଥିବା ବାଧା ଦୂର ହୋଇପାରିବ।

ଶନିବାର ଦିନ ତେଲରେ ପ୍ରସ୍ତୁତ ପଦାର୍ଥ ଭିକାରୀଙ୍କୁ ଖୁଆଇବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି।

ଲାଲ ରେସମୀ ସୂତା ନିଅନ୍ତୁ ଏବଂ ତାକୁ ନିଜ ଉଚ୍ଚତା ବରାବର କାଟି ଦିଅନ୍ତୁ। ଏହାକୁ ଧୋଇ ଆମ୍ବ ପତ୍ରରେ ଗୋଡାଇ ଦିଅନ୍ତୁ। ଏହାପରେ ଓମ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଏବଂ ସଫା ନଦୀରେ ପାଣିରେ ଏହାକୁ ପ୍ରବାହିତ କରିଦିଅନ୍ତୁ।

ବିରି ଡାଲିକୁ ଚାରୋଟି ବଡ ଶନିବାର ଦିନ ମୁଣ୍ଡ ଉପରେ ବୁଲାଇ କୁଆକୁ ଖୁଆଇ ଦିଅନ୍ତୁ।

କଳା ଘୋଡର ପଛ ଏବଂ ଡାହାଣ ଗୋଡର ନାଲ ନେଇ ଶନିବାର ଦିନ ନିଜ ଘରର ପ୍ରବେଶ ଦ୍ୱାରରେ ୟୁ ଆକାରରେ ଲଗାଇ ଦିଅନ୍ତୁ।

ଶନିବାର ଦିନ ସନ୍ଧ୍ୟାବେଳେ ପିମ୍ପୁଡିଙ୍କୁ ଅଟା ଖାଇବାକୁ ଦିଅନ୍ତୁ। ଏବଂ ମାଛକୁ ଦାନା ଖୁଆନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ନିଶ୍ଚୟ ଖୋଲିଯିବ।

କଳା ଜିନିଷ ଯେମିତିକି ବିରି ଡାଲି, କଳା କପଡା, କଳା ରାଶି ଏବଂ କଳା ଚଣାକୁ କୌଣସି ଗରିବ ଲୋକଙ୍କୁ ଶନିବର ଦିନ ସନ୍ଧ୍ୟାରେ ଦାନ କରିଦିଅନ୍ତୁ। ଏମିତି କରିବା ପରେ ଆପଣଙ୍କ ଘର ପରିବାର ଏବଂ ଆପଣଙ୍କ ଉପରେ ଶନିଦେବଙ୍କ କୃପା ସର୍ବଦା ରହିଥାଏ।

ଶନିବାର ଦିନ ଯଦି ଆପଣ ହନୁମାନ ଚାଳିସାର ୧୧ଥର ପାଠ କରିବେ ତାହେଲେ ଆପଣଙ୍କୁ ବହୁତ ବହୁତ ଲାଭ ମିଳିବ।

ପ୍ରତ୍ୟେକ ଶନିବାର ଦିନ ଆପଣ ଶନିଦେବଙ୍କୁ ତେଲ ଚଢ଼ାନ୍ତୁ।

ନିଜ ପିନ୍ଧା ଚପଲର ଗୋଟେ ଯୋଡା ଶନିବାର ଦିନ କୌଣସି ଗରିବଙ୍କୁ ଦାନ କରିଦିଅନ୍ତୁ।