ଗୋଟିଏ ପରେ ଗୋଟିଏ ଅଟୋରୁ ବାହାରିଲେ ଯାତ୍ରୀ, ପୋଲିସ ଗଣିବା ପରେ ହେଲାନି ବିଶ୍ବାସ

ଆମ ଦେଶରେ ଜୁଗାଡରେ କାମ କରୁଥିବା ଲୋକଙ୍କ ଅଭାବ କମ୍ ନାହିଁ। ଜୁଗାଡର କାରନାମା ମଧ୍ୟ ଏମିତି ଅଛି ଯାହାକୁ ଦେଖିଲେ ଆପଣଙ୍କ ଝାଳ ବାହାରିଯିବ। ନିକଟରେ ଏକ ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଘଟଣାଟି ତେଲେଙ୍ଗାନା ରାଜ୍ୟର ଅଟେ ଯେଉଁଠି ପୋଲିସ ଗୋଟିଏ ଅଟୋରେ ଅଧିକରୁ ଅଧିକ ଯାତ୍ରୀ ବସିଥିବା ସନ୍ଦେହରେ ଅଟୋକୁ ଅଟକାଇଥିଲେ। କିନ୍ତୁ ଯେତେବେଳେ ଏହି ଅଟୋରେ ବସିଥିବା ଯାତ୍ରୀଙ୍କୁ ପୋଲିସ ଦେଖିଲେ ତେବେ ବିଶ୍ବାସ କରିପାରିଳେ ନାହିଁ। ଏହି ଅଟୋରେ ୧୦-୧୧ ନୁହେଁ ବରଂ ୨୪ ଜଣ ଯାତ୍ରୀ ବସିଥିଲେ। ପୋଲିସ ଅଟୋ ସହିତ ଲୋକଙ୍କ ଫଟୋ ମଧ୍ୟ ଉଠାଇଥିଲେ ଏବଂ ଭିଡିଓ ମଧ୍ୟ ବନାଇଥିଲେ। ଯାହାକୁ ସେ ସୋସିଆଲ ମିଡିଆରେ ସେୟାର କରିଛନନ୍ତି।

auto rikshwଏହି ଭିଡିଓକୁ କରୀମନଗର ପୋଲିସ କମିଶନର ଟ୍ବିଟ କରି ଲୋକଙ୍କୁ ନିଜ ସୁରକ୍ଷା କରିବାର ଆବଶ୍ୟକତା ରହିଛି। ଯେଉଁଠି ଗାଡିରେ ଯଦି ଯାଗା ନାହିଁ ସେଥିରେ ଯାତ୍ରା କରିବା ଉଚିତ ନୁହେଁ। ଲୋକଙ୍କୁ ବୁଝିବା ଦରକାର ଯେ ଅଧିକ ଯାତ୍ରୀଙ୍କ କାରଣରୁ ବଡ ଦୁର୍ଘଟଣା ମଧ୍ୟ ହୋଇପାରେ।

ଏହାସହ ପଢ଼ନ୍ତୁ : ପରୀକ୍ଷା ନଦେବା ପାଇଁ ଶୋଇ ରହିଲା ନାତି, ଉଠାଇବା ପାଇଁ ପୋଲିସକୁ ଡାକିଲେ ଜେଜେମା

ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ହଜାର ରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓଟି ପାଖାପାଖି ୨ ମିନିଟର ଅଟେ। ଭିଡିଓରେ ପୋଲିସ ଆଟୋ ଡ୍ରାଇଭରଙ୍କୁ ପଚରାଉଚୁରା କରୁଥିବାର ନଜର ଆସୁଛନ୍ତି।

ଭିଡିଓ ଶେଷରେ ମୋଟ ୨୪ ଜଣ ଯାତ୍ରୀ ଅଟୋରୁ ବାହାରକୁ ବାହାରିଲେ। ଶେଷରେ ପୋଲିସ ସମସ୍ତଙ୍କୁ ଏକାସାଥିରେ ଫଟୋ ଉଠାଇବା ପାଇଁ ମଧ୍ୟ କହୁଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ତେଲେଙ୍ଗାନାରେ ଗତ ସପ୍ତାହରେ ଆବଶ୍ୟକରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବାରୁ ରାସ୍ତାରେ ଦୁର୍ଘଟଣା ହୋଇଥିଲା। ସେଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଆହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.