ହାପି ବାର୍ଥ ଡେ ଶ୍ରୀଦେବୀ, ବଞ୍ଚିଥିଲେ ଆଜି ୫୬ ବର୍ଷ ହୋଇଥାନ୍ତା

ଜଣେ ଭାରତୀୟ ଅଭିନେତ୍ରୀ ଏବଂ ନିର୍ମାତା । ଯିଏ ତାମିଲ୍,ହିନ୍ଦୀ,ତେଲୁଗୁ,ମାଲୟାଲମ୍ ସହିତ କନ୍ନଡ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ । ଭାରତୀୟ ଫିଲ୍ମ ଜଗତର ପ୍ରଥମ ମହିଳା ସୁପରଷ୍ଟାର ରୂପେ ପରିଚିତ । ଯିଏ ୨୦୧୩ରେ ଭାରତ ସରକାରଙ୍କଠାରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ବିଭିନ୍ନ ସଫଳତାର ଅଧିକାରୀ ଏହି ଅଭିନେତ୍ରୀ । ଅଶୀ ଦଶକରୁ ପ୍ରାୟ ଏକ ଦଶନ୍ଧୀ ଧରି ଦର୍ଶକଙ୍କ ହୃଦୟରେ ବିଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମହଲରେ ହଇଚଇ ସ୍ରୁଷ୍ଟି କରିଥିବା ଏହି ବଲିଉଡ୍ ଅଭିନେତ୍ରୀ ହେଉଛନ୍ତି ଶ୍ରୀଦେବୀ ।

sridevi_1ଜଣେ ଶିଶୁ କଳାକାର ଭାବେ ନିଜର ଅଭିନୟର ପରାକାଷ୍ଠା ଦେଖାଇ ଆସୁଥିବା ଶ୍ରୀଦେବୀଙ୍କ ପ୍ରଥମ ଅଭିନୀତି ଫିଲ୍ମ ଥିଲା ‘ସୋଲୱା ସାବନ’ ଯାହା ୧୯୭୯ରେ ପରଦାକୁ ଆସିଥିଲା । କିନ୍ତୁ ଏହି ଫିଲ୍ମ ତାଙ୍କୁ ଯେତିକି ସଫଳତା ଦେଇନଥିଲା ୧୯୮୩ରେ ହିମତବାଲାରେ ତାଙ୍କର ଅଭିନୟ ତାଙ୍କୁ ଆଉ ପଛକୁ ଫେରିବାକୁ ଦେଇନଥିଲା । ତାପରେ ବହୁ ହିଟ୍ ଫିଲ୍ମ ଦେଇ ଚାଲିଲେ ଶ୍ରୀଦେବୀ । ନିଜ କ୍ୟାରିୟରରେ ସଦମା, ଚାଲବାଜ୍, ମିଷ୍ଟର ଇଣ୍ଡିଆ ଭଳି ସୁପରହିଟ୍ ଫିଲ୍ମ ଜରିଆରେ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ ।

 

View this post on Instagram

 

Janhvi offers prayers at Tirupati Balaji temple in honor of Sridevi ji’s birthday. The most beautiful soul. @janhvikapoor 💚

A post shared by Janhvi Kapoor FC (@alwaysjanhvi) on

ଏହାସହ ପଢନ୍ତୁ : ଦେଢ଼ ବର୍ଷ ପରେ ପୁଣି ଗଭୀର ହେଲା ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ, କେରଳର ଡିଜିପି ଦେଲେ ଏଭଳି ବୟାନ୍‌

ଆଜି ହେଉଛି ଶ୍ରୀଦେବୀଙ୍କ ୫୬ତମ ଜନ୍ମଦିନ । ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ସେ ଜନ୍ମ ହୋଇଥିଲେ । ୨ଜୁନ୍ ୧୯୯୬ ମସିହାରେ ସେ ବୋନୀ କପୁରଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ ଜାହ୍ନବୀ ଏବଂ ଖୁସି । ତେବେ ଶ୍ରୀଦେବୀଙ୍କ ଜନ୍ମଦିନରେ ଝିଅ ଜାହ୍ନବୀ ମାଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ମମ୍ମା, ଆଇ ଲଭ୍ ୟୁ । ଆଜି ମା’ଙ୍କ ପାଇଁ ବଡ଼ ଝିଅ ଜାହ୍ନବୀ ତିରୁପତି ଯାଇ ପୂଜାର୍ଚ୍ଚନା କରିଛନ୍ତି ।

 

View this post on Instagram

 

Happy birthday Mumma, I love you

A post shared by Janhvi Kapoor (@janhvikapoor) on

୨୪ ଫେବ୍ରୁଆରୀ ୨୦୧୮ରେ ଶ୍ରୀଦେବୀଙ୍କ ନିଧନ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ବାଥଟବ୍‌ରେ ବୁଡିଯିବା କାରଣରୁ ତାଙ୍କର ପ୍ରାଣ ଚାଲି ଯାଇଥିଲା । ଶ୍ରୀଦେବୀ ନିଜ ପଛରେ ତାଙ୍କର ହସଖୁସିର ସଂସାର ଛାଡି ଚାଲି ଯାଇଛନ୍ତି । କିନ୍ତୁ ଆଜି ବି ସେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ହୃଦୟରେ ଏକ ଅଭୁଲା ସ୍ମୃତି ହୋଇ ରହିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.