Below header

ଏଣିକି ଗୋଟିଏ ପିରିୟଡ ୪୫ ମିନିଟ ନୁହେଁ ପ୍ରତି ବିଷୟକୁ ପଢ଼ାଯିବ ଦେଢ଼ଘଣ୍ଟା

ଭୁବନେଶ୍ବର (କେନ୍ୟୁଜ୍) : ୪୫ ମିନିଟ୍ ନୁହେଁ, ଏଣିକି ରାଜ୍ୟର ସମସ୍ତ ସ୍କୁଲରେ ପ୍ରତି ବିଷୟକୁ ଦେଢ ଘଣ୍ଟା ପଢ଼ାଯିବ। ଗଣିତ, ଇଂରାଜୀ ଓ ବିଜ୍ଞାନକୁ ଅଧିକ ଗୁରୁତ୍ୱ ଦିଆଯିବ। ପ୍ରତି ବିଷୟକୁ ୪୫ମିନିଟ ପରିବର୍ତ୍ତେ ଦେଢଘଣ୍ଟା ପଢାଯିବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନୂଆ ନିଷ୍ପତ୍ତି ନିଆଯାଇଛି। ସମ୍ପୃକ୍ତ ବିଷୟରେ ପିଲା କମ୍ ନମ୍ବର ରଖୁଥିବାରୁ ଗଣଶିକ୍ଷା ବିଭାଗରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ସ୍ତରରୁ ଇଂରାଜୀ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ । ପାଇଲଟ ବେସିସ୍ରେ ଜିଲ୍ଲା ସ୍ତରରେ ଗୋଟିଏ ସ୍କୁଲ ବଛାଯିବ । ପରେ ଅନ୍ୟାନ୍ୟ ସ୍କୁଲରେ ଏହା ଲାଗୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.