ସୁଧୁରିବ କି ଡ୍ରାଗନ୍‌ ? ଏଲଏସିରେ ଉତ୍ତେଜନା ନେଇ ଭାରତ-ଚୀନର ବରିଷ୍ଠ କମାଣ୍ଡରଙ୍କ ମଧ୍ୟରେ ଚାଲିଛି ୧୪ତମ ଆଲୋଚନା

ନୂଆଦିଲ୍ଲୀ : ଏଲଏସିରେ ଉତ୍ତେଜନା ନେଇ ଭାରତ-ଚୀନର ବରିଷ୍ଠ କମାଣ୍ଡରଙ୍କ ମଧ୍ୟରେ ଚାଲିଛି ୧୪ତମ ଆଲୋଚନା । ଚୀନର ଚୁସୁଲ-ମୋଲ୍ଡୋରେ ଏହି ଆଲୋଚନା ଚାଲିଛି । ଭାରତ ପକ୍ଷରୁ ଫାୟର ଆଣ୍ଡ ଫ୍ୟୁରି କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତା ନେତୃତ୍ୱ ନେଇଛନ୍ତି । ପୂର୍ବରୁ ଦୁଇ ଦେଶ ମଧ୍ୟରେ ୧୩ତମ କମାଣ୍ଡର ସ୍ତରୀୟ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରିପାରିନଥିଲା। ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ନେଇ ବୈଠକରେ ଆଲୋଚନା ଚାଲିଥିବା ସୂଚନା ମିଳିଛି । ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ୍‌ ନରଓ୍ଵାଣେ କହିଛନ୍ତି, ଯୁଦ୍ଧ ଶେଷ ବିକଳ୍ପ । ଏବେ ଆଲୋଚନା ଚାଲିଛି ।

ଆଲୋଚନା ଚାଲିଥିବା ପର୍ଯ୍ୟନ୍ତ ଆଲୋଚନା ମାଧ୍ୟମରେ ସମାଧାନର ଆଶା ରହିଛି । ଭବିଷ୍ୟତରେ ଯେ କୌଣସି ଚ୍ୟାଲେଞ୍ଜର ସାମ୍ନା କରିବାକୁ ଆମେ ପ୍ରସ୍ତୁତ ବୋଲି ଦୃଢ଼ତାର ସହ କହିଛନ୍ତି ସ୍ଥଳସେନା ମୁଖ୍ୟ । ଗତ ଜାନୁଆରୀ ଠାରୁ ଉତ୍ତର ଓ ପଶ୍ଚିମ ବର୍ଡରରେ ସକାରାତ୍ମକ ବିକାଶ ହେଉଛି । ଉତ୍ତର ସୀମାରେ ଆମେ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତିରେ ରହିଛୁ । ସମାନ ସମୟରେ ପିଏଲଏ ସହ ଆଲୋଚନା ଚାଲିଛି ବୋଲି ଜେନେରାଲ ନର୍ଭାଣେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.