ଘରକୁ ଘର ଉଡ଼ିବ ଫ୍ଲାଇଙ୍ଗ କାର୍‌, ମାତ୍ର କିଛି ମିନିଟ ମଧ୍ୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ଲୋକେ

ଟେକ୍ନୋଲୋଜି ଏତେ ଦ୍ରୁତଗତିରେ ବୃଦ୍ଧି ପାଉଛି ଯେ ଏବେ ଆକାଶରେ ଉଡ଼ନ୍ତା କାର ଦେଖିବାକୁ ମିଳିବ । ମାତ୍ର କିଛି ମିନିଟ ମଧ୍ୟରେ ଲୋକମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ।

ଖୁବଶୀଘ୍ର ଘରକୁ ଘର ଉଡ଼ିବ ଫ୍ଲାଇଙ୍ଗ କାର୍‌ । ଟେକ୍ନୋଲୋଜି ଏତେ ଦ୍ରୁତଗତିରେ ବୃଦ୍ଧି ପାଉଛି ଯେ ଏବେ ଆକାଶରେ ଉଡ଼ନ୍ତା କାର ଦେଖିବାକୁ ମିଳିବ । ମାତ୍ର କିଛି ମିନିଟ ମଧ୍ୟରେ ଲୋକମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ଏହି କାର ମାର୍କେଟକୁ ଆସିବା ପରେ ଲୋକମାନେ ଟ୍ରାଫିକ୍‌ ସମସ୍ୟାରେ ପଡ଼ିବେ ନାହିଁ ବୋଲି ଆକଳନ କରାଯାଉଛି । ତେବେ ଦୁବାଇ ସ୍ଥିତ କମ୍ପାନୀ ଆଭିଟେରା ୧୦୦ ରୁ ଅଧିକ ଫ୍ଲାଇଙ୍ଗ କାର ଅର୍ଡର କରିଛି, ଯାହା ୨୦୨୫-୨୬ ରେ ଲଞ୍ଚ ହେବ ବୋଲି ସୂଚନା ରହିଛି । ଲୋକମାନେ ନିଜ ଘର ସାମ୍ନାରେ ହିଁ କାରକୁ ପାର୍କ କରିପାରିବେ । ଲୋକମାନଙ୍କ ସୁବିଧା ପାଇଁ ଆଭିଟେରା ଦୁଇ ସିଟ୍ ବିଶିଷ୍ଟ PAL-V ଲିବର୍ଟି ଫ୍ଲାଇଙ୍ଗ କାର ଅର୍ଡର କରିଛି । ଆଭିଟେରାର ମ୍ୟାନେଜିଂ ଡାଇରେକ୍ଟର ମୋହାନଦ ୱାଡା କହିଛନ୍ତି ଯେ ଏହା ଏକ ଫୁଲ୍‌ କାର ଯାହାକୁ ଲୋକମାନେ ନିଜ ଘର ସାମ୍ନାରେ ପାର୍କିଂ କରିପାରିବେ।

ଆପଣ ଏହାକୁ ରାସ୍ତାରେ ଚଳାଇବାରେ ସକ୍ଷମ ହେବେ ଏବଂ ଆପଣ ଏହି କାରକୁ ୨ ମିନିଟ୍ ମଧ୍ୟରେ ଫ୍ଲାଇଙ୍ଗ୍ କାରରେ ପରିଣତ କରିପାରିବେ । ଏହା ଉଡ଼ିବା ପାଇଁ ୧୨୦ ମିଟର ରନୱେ ଆବଶ୍ୟକ କରେ ଏବଂ ୧୧,୦୦୦ ଫୁଟ ଉଚ୍ଚ ଉପରେ ଏହା ଅତି ସହଜରେ ଉଡ଼ି ପାରିବ । ଲ୍ୟାଣ୍ଡ କରିବା ପରେ ଆପଣ ନିଜ ଘର କିମ୍ବା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ନର୍ମାଲ କାର ପରି ଏହି ଫ୍ଲାଇଙ୍ଗ୍‌ କାରକୁ ଚଲାଇ ପାରିବେ । ଏହି କାରରେ ନର୍ମାଲ କାର ଭଳି ଇନ୍ଧନ ବ୍ୟବହାର ହେବ ।

ଜିରୋପ୍ଲେନ୍ ଏବଂ କାରକୁ ମିଶାଇ ପ୍ରସ୍ତୁତ ହୋଇଥିବା ବିଶ୍ୱର ପ୍ରଥମ ଫ୍ଲାଇଙ୍ଗ୍ କାର୍ ହେଉଛି PAL-V ଲିବର୍ଟି । ଏହି କାର ୫୦୦ କିଲୋମିଟରର ରେଞ୍ଜ ଦେବା ସହ ୧୮୦ କିଲୋମିଟର ସ୍ପୀଡ ଦେବ । ଏହି କାରରେ ଯାତ୍ରା କରି ଆପଣ ନିଜ ସମୟକୁ ବଞ୍ଚାଇ ପାରିବେ ।

ନିକଟରେ ଦୁବାଇରେ ୬ ବର୍ଷ ପାଇଁ ଏୟାର ଟ୍ୟାକ୍ସି ଚଳାଇବା ପାଇଁ ଡିଲ୍‌ କରିଛି । ଏହି ଡିଲ୍‌ ଦୁବାଇ ଏବଂ ଆମେରିକାର ଜୋବି ଆଭିଏସନ ମଧ୍ୟରେ ହୋଇଛି । ୟୁଏସ୍‌ ବେସଡ୍‌ ଆର୍ଚର ଏବଂ ୟୁଏଇର ଫାଲକନ୍ ଆଭିଏସନ ମଧ୍ୟ ଦୁବାଇ ଏବଂ ଆବୁଧାବିରେ ଫ୍ଲାଇଙ୍ଗ୍ ଭେଇକିଲ୍‌ ଚଳାଇବା ପାଇଁ ଏକ ଡିଲ୍‌ କରିଛନ୍ତି।

ତେବେ ଫ୍ଲାଇଙ୍ଗ କାରଗୁଡିକ ପ୍ରଥମେ ବ୍ୟକ୍ତିଗତ ଏବଂ ସରକାରୀ ସ୍ତରରେ ବ୍ୟବହାର କରାଯିବ । ଲୋକମାନେ ଏହାକୁ ଚଳାଇବା ଏବଂ ଉଡ଼ାଇବାରେ ସକ୍ଷମ ହେବା ପୂର୍ବରୁ କିଛି ମାସ ପାଇଁ ତାଲିମ ନେବେ । ଫ୍ଲାଇଙ୍ଗ କାର ଚଳାଇବା ପୂର୍ବରୁ ଲୋକମାନଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ଯେ ସେ ଭଲ ଭାବେ ଗାଡ଼ି ଚଳାଇବା ପାଇଁ ତାଲିମ ନେଇଛନ୍ତି ଏବଂ ସେମାନେ ବ୍ୟକ୍ତିଗତ ଭାବେ ପାଇଲଟ୍ ଲାଇସେନ୍ସ ପାଇଥିବେ ।

୨୦୨୫ କିମ୍ବା ୨୦୨୬ ଶେଷରେ ଏହା ରୋଲ ଆଉଟ୍‌ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି । ଏହା ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (IATA) ଏବଂ ୟୁରୋପୀୟ ବିମାନ ଚଳାଚଳ ସୁରକ୍ଷା ଏଜେନ୍ସି ଦ୍ୱାରା ପ୍ରମାଣିତ ହେବ । ପରେ ଆଭିଟେରା କମ୍ପାନୀ ୟୁଏଇ ସରକାରଙ୍କ ସହ ୟୁରୋପୀୟ କର୍ତ୍ତୃପକ୍ଷଙ୍କ ପ୍ରମାଣପତ୍ର ଆଧାରରେ ଏହି କାରର ସାର୍ଟିଫିକେଟ୍ ପାଇବାକୁ କାର୍ଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.