Below header

ପ୍ରେମିକ ସାଙ୍ଗରେ ଫେରାର ହୋଇଯିବା ଭୟରେ ଝିଅକୁ ଜଞ୍ଜିରରେ ବାନ୍ଧି ରଖିଲେ ପରିବାର ଲୋକେ

କାହାକୁ ପ୍ରେମ କରିବା ପାପ ନୁହେଁ କିନ୍ତୁ ଅମୃତସରରେ ଜଣେ ଯୁବତୀଙ୍କୁ ଏହାର ଦଣ୍ଡ ଭୋଗିବାକୁ ପଡିଛି । ଯୁବତୀ ଜଣକ ନିଜ ପ୍ରେମିକ ସହିତ ଘରୁ ପଳାଇ ନଯାଉ ସେଥିପାଇଁ ପରିବାର ଲୋକେ ତା ହାତଗୋଡ଼କୁ ଜଞ୍ଜିରରେ ବାନ୍ଧି ରଖିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅମୃତସରର ଗୋପାଳମଣ୍ଡିରେ । ଏଠାରେ ଜଣେ ଯୁବତୀଙ୍କର ପରିବାର ଲୋକଙ୍କୁ ଡର ଥିଲା ଯେ ତାଙ୍କ ଝିଅ ତାର ପ୍ରେମିକ ସହିତ ଘରୁ ଲୁଚି ପଳାଇ ବିବାହ କରିପାରେ । ତେଣୁ ଏହି ଡ଼ରରେ ସେ ତାର ହାତ ଗୋଡ଼କୁ ଜଞ୍ଜିରରେ ବାନ୍ଧି ଘରେ ରଖିଛନ୍ତି ।

प्रेमी के साथ भाग न जाए लड़की, इसलिए घरवालों ने जंजीर से बांधा

ତେବେ ପୋଲିସ ପାଖରେ ଏହି ସୂଚନା ପହଂଚିବା ପରେ ଏକ ସମାଜ ସେବି ସଂଗଠନ ସହ ମିଶି ପୋଲିସ ଯାଇ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଯୁବତୀ ଜଣକ ଏକ ଯୁବକଙ୍କୁ ପ୍ରେମ କରୁଥିଲେ । ସେଥିପାଇଁ ତାଙ୍କ ଘର ଲୋକଙ୍କୁ ଲାଗୁଥିଲା ଯେ ସେ ଘରୁ ଲୁଚି ପଳାଇ ଯାଇ ବିବାହ କରିପାରନ୍ତି । ତେଣୁ ପରିବାର ଲୋକେ ମିଶି ଯୁବତୀଙ୍କୁ ଗତ ୭ ଦିନ ହେବ ଏକ ଜଞ୍ଜିରରେ ବାନ୍ଧି ରଖିଥିଲେ । ବର୍ତ୍ତମାନ ପୋଲିସ ପହଂଚି ଯୁବତୀଙ୍କୁ ଉଦ୍ଧାର କରିବା ସହିତ ମାମଲାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.