୯ ଟି ଲେମ୍ବୁର ଦାମ ୨ ଲକ୍ଷ ୩୬ ହଜାର ଟଙ୍କା, ସୌଭାଗ୍ୟର ପ୍ରତୀକ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ

ବିଲୁପୁରମ ମୁରୁଗା ମନ୍ଦିରରେ ଏକ ୭ ଦିନିଆ ଉତ୍ସବ ଅବସରରେ ୯ଟି ଲେମ୍ବୁ ୨ ଲକ୍ଷ ୩୬ ହଜାର ଟଙ୍କାରେ ନିଲାମ ହୋଇଛି । ଦେବତାଙ୍କ ପାଖରେ ପୂଜା ହୋଇଥାଏ ଏହି ଲେମ୍ବୁ । ବିଶ୍ୱାସ ରହିଛି ଏହି ଲେମ୍ବୁ ଖାଇଲେ ନିସନ୍ତାନ ସନ୍ତାନପ୍ରାପ୍ତି ହୁଅନ୍ତି ।

ଲକ୍ଷେ ଟଙ୍କିଆ ଲେମ୍ବୁ । ୯ ଟି ଲେମ୍ବୁର ଦାମ ୨ ଲକ୍ଷ ୩୬ ହଜାର ଟଙ୍କା । ତାମିଲନାଡ଼ୁର ବିଲୁପୁରମ ଜିଲ୍ଲାର ଏକ ମନ୍ଦିରରେ ନିଲାମ ହେଲା । ବିଲୁପୁରମ ମୁରୁଗା ମନ୍ଦିରରେ ଏକ ୭ ଦିନିଆ ଉତ୍ସବ ଅବସରରେ ୯ଟି ଲେମ୍ବୁ ୨ ଲକ୍ଷ ୩୬ ହଜାର ଟଙ୍କାରେ ନିଲାମ ହୋଇଛି । ଦେବତାଙ୍କ ପାଖରେ ପୂଜା ହୋଇଥାଏ ଏହି ଲେମ୍ବୁ । ବିଶ୍ୱାସ ରହିଛି ଏହି ଲେମ୍ବୁ ଖାଇଲେ ନିସନ୍ତାନ ସନ୍ତାନପ୍ରାପ୍ତି ହୁଅନ୍ତି । ମନ୍ଦିରର ଏହି ୭ ଦିନିଆ ଉତ୍ସବ ଅବସରରେ ନିସନ୍ତାଦ ଦମ୍ପତି ଏଠାକୁ ଆସିଥାନ୍ତି ।

ଆଉ ଲେମ୍ବୁ ନିଲାମ ଧରିଥାନ୍ତି । ପ୍ରତିବର୍ଷ ଏହି ମନ୍ଦିରରେ ପୂଜା ହୋଇଥିବା ଲେମ୍ବୁ ନିଲାମ ହୋଇଥାଏ । ମନ୍ଦିରର ଅଧିକାରୀମାନେ କହିଛନ୍ତି ଯେ ଏହା ମନ୍ଦିରର ଏକ ପୁରୁଣା ପରମ୍ପରା । କେବଳ ନିସନ୍ତାନ ଦମ୍ପତି ନୁହନ୍ତି, ବ୍ୟବସାୟୀମାନେ ମଧ୍ୟ ଏହି ଲେମ୍ବୁ ପାଇଁ ବ୍ୟଗ୍ର । ଏହି ଲେମ୍ବୁକୁ ସୌଭାଗ୍ୟର ପ୍ରତିକ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ । ଯେଉଁମାନଙ୍କୁ ଏହି ପୂଜା ଲେମ୍ବୁ ପ୍ରାପ୍ତ ହୋଇଥାଏ ସେମାନେ ସ୍ନାନ କରି ପୂଜକଙ୍କୁ ପ୍ରଣିପାତ ହେବା ପରେ ଲେମ୍ବୁ ଗ୍ରହଣ କରିଥାନ୍ତି ।

ତେବେ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସ ଆଗରେ ଟଙ୍କା ବି ତୁଚ୍ଛ ହୋଇଯାଏ । ମନ୍ଦିରରେ ଅର୍ପଣ କରାଯାଇଥିବା ଭୋଗ ହେଉ କି ଅନ୍ୟ କିଛି ଜିନିଷ ହେଉ, ଲୋକମାନେ ଏହି ଜିନିଷକୁ ଲକ୍ଷ ଲକ୍ଷ ଟଙ୍କାରେ କିଣିଥାନ୍ତି । କାହିଁକି ନା ଭକ୍ତମାନଙ୍କର ବିଶ୍ୱାସ ଥାଏ ଭଗବାନଙ୍କ ପାଖରେ ଲାଗିଥିବା ଜିନିଷ ତାଙ୍କ ଘରେ ସୁଖ ସମୃଦ୍ଧି ଆଣିଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.