ରାଜୁ ପାଲ୍‌ ହତ୍ୟାକାଣ୍ଡରେ ଅତିକ୍‌ ଗ୍ୟାଙ୍ଗର ସାତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ; ୬ ଜଣଙ୍କୁ ଆଜୀବନ, ଜଣଙ୍କୁ ୪ ବର୍ଷ ଜେଲ୍‌

ବିଏସ୍‌ପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡରେ ଲକ୍ଷ୍ନୌର ସିବିଆଇ କୋର୍ଟ ସମସ୍ତ ୭ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ୬ ଅଭିଯୁକ୍ତଙ୍କୁ ଆଜୀବନ ଏବଂ ଜଣଙ୍କୁ ୪ ବର୍ଷର ଦଣ୍ଡାଦେଶ ଦେଇଛନ୍ତି ।

ବିଏସ୍‌ପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡରେ ଲକ୍ଷ୍ନୌର ସିବିଆଇ କୋର୍ଟ ସମସ୍ତ ୭ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ୬ ଅଭିଯୁକ୍ତଙ୍କୁ ଆଜୀବନ ଏବଂ ଜଣଙ୍କୁ ୪ ବର୍ଷର ଦଣ୍ଡାଦେଶ ଦେଇଛନ୍ତି । ପୋଲିସ ହେପାଜତରେ ହତ୍ୟାର ଶିକାର ହୋଇଥିବା ଅତିକ୍‌ ଅହମ୍ମଦ ଓ ଅଶରଫ୍‌ ମଧ୍ୟ ରାଜୁ ପାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ।

ବର୍ତ୍ତମାନ ଜୀବିତ ଥିବା ସମସ୍ତ ୭ ଅଭିଯୁକ୍ତ ଆବିଦ, ଫରହାନ, ଜାଭେଦ, ଅବଦୁଲ କଭି, ଗୁଲ ହସନ, ଇସରାର୍‌ ଓ ରଞ୍ଜିତ୍‌ ପାଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ସୂଚନାଥାଉ କି, ୧୯ ବର୍ଷ ପୂର୍ବରୁ ୨୦୦୫ ଜାନୁୟାରୀ ୨୫ରେ ତତ୍କାଳୀନ ବିଏସ୍‌ପି ବିଧାୟକ ରାଜୁ ପାଲଙ୍କୁ ପ୍ରୟାଗରାଜର ଧୁମନଗଞ୍ଜରେ ଗୁଳି କରି ହତ୍ୟା କରାଯାଇଥିଲା । ବିଧାନସଭା ନିର୍ବାଚନରେ ମାଫିଆ ଅତିକ୍‌ ଅହମ୍ମଦଙ୍କ ଭାଇ ଅଶରଫ୍‌ଙ୍କୁ ହରାଇ ଥିବାରୁ ରାଜୁ ପାଲଙ୍କ ରାଜନୈତିକ ଶତ୍ରୁତା ବଢ଼ି ଯାଇଥିଲା, ଯେଉଁ କାରଣରୁ ସେ ହତ୍ୟାର ଶିକାର ହୋଇଥିଲେ ।

୨୦୦୪ରେ ରାଜୁ ପାଲ ବିଏସ୍‌ପି ଟିକେଟ୍‌ରେ ବିଧାୟକ ହୋଇଥିଲେ । ଏହି ନିର୍ବାଚନରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ତଥା ଅତିକ୍‌ ଅହମ୍ମଦଙ୍କ ଭାଇ ଅଶରଫ୍‌ ହାରି ଯାଇଥିଲେ । ଫଳାଫଳର ୩ ମାସ ଭିତରେ ହିଁ ୨୦୦୫ ଜାନୁୟାରୀ ୨୫ରେ ଅତିକ୍‌ ଗ୍ୟାଙ୍ଗ୍‌ ରାଜୁ ପାଲଙ୍କ ଉପରେ ଆକ୍ରମଣ କରିଥିଲା । ରାଜୁ ପାଲଙ୍କୁ ଫାୟାରିଂ କରାଯାଇଥିଲା । ତାଙ୍କ ଦେହରେ ୧୯ଟି ଗୁଳି ବାଜିଥିଲା । ଏହି ହତ୍ୟାକାଣ୍ଡରେ ଉମେଶ ପାଲ ପ୍ରତ୍ୟେକ୍ଷଦର୍ଶୀ ଥିଲେ, ଯିଏ ରାଜୁ ପାଲଙ୍କ ସମ୍ପର୍କୀୟ ମଧ୍ୟ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.