ଆଇଆଇଟି ଇଞ୍ଜିନିୟର ସୁଜିତଙ୍କ ନିଆରା ପ୍ରୟାସ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାଙ୍କୁ ଦେଖାଉଛନ୍ତି ମହାକାଶର ବିଚିତ୍ର ଦୃଶ୍ୟ

ଅନେକେ ସମୟରେ କୁନି କୁନି ପିଲାମାନେ ନୀଳ ମହାକାଶକୁ ଦେଖିଲେ ସେମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ତେବେ ଅନ୍ତରିକ୍ଷ ସମ୍ପର୍କରେ ବିଶେଷ ଜ୍ଞାନ ଅର୍ଜନ କରିବା ପାଇଁ, ବିଶେଷ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଏଭଳି ଏକ ନିଆରା ପ୍ରୟାସ ଆପଣେଇଛନ୍ତି, ଆଇଆଇଟି ଇଞ୍ଜିନିୟର ସୁଜିତ ମହାନ୍ତି ।

ନୀଳଗିରି(କେନ୍ୟୁଜ):  ଅନେକେ ସମୟରେ କୁନି କୁନି ପିଲାମାନେ ନୀଳ ମହାକାଶକୁ ଦେଖିଲେ ସେମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ତେବେ ଅନ୍ତରିକ୍ଷ ସମ୍ପର୍କରେ ବିଶେଷ ଜ୍ଞାନ ଅର୍ଜନ କରିବା ପାଇଁ, ବିଶେଷ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଏଭଳି ଏକ ନିଆରା ପ୍ରୟାସ ଆପଣେଇଛନ୍ତି, ଆଇଆଇଟି ଇଞ୍ଜିନିୟର ସୁଜିତ ମହାନ୍ତି । ନୀଳଗିରି ଏନ୍ ଏ ସି ଅନ୍ତର୍ଗତ ସାନଅତାର ରମାକାନ୍ତ ମହାନ୍ତିଙ୍କ ସୁପୁତ୍ର ସୁଜିତ୍ ମହାନ୍ତି ।

ପିଲାଟି ଦିନୁ ମହାକାଶ ସମ୍ପର୍କରେ ଜାଣିବା ପାଇଁ ତାଙ୍କର ଥିଲା ଅଦମ୍ୟ ଆଗ୍ରହ । ପରବର୍ତ୍ତୀ ସମୟରେ ଆଇଆଇଟିରୁ ଡ଼ିଗ୍ରୀ ହାସଲ କରିବା ପରେ, ମହାକାଶର ସ୍ଥିତି ଓ ଗତି ସମ୍ପର୍କରେ ଅଧିକ ଜ୍ଞାନ ଆହରଣ ପାଇଁ, ଏକ ଦୂରବୀକ୍ଷଣ ଯନ୍ତ୍ର ମୁମ୍ବାଇରୁ ଆଣି ନିଜ ଘର ମଧ୍ୟରେ ସ୍ଥାପନ କରିଥିଲେ । ନିଜର ଜ୍ଞାନକୁ ବିସ୍ତାର କରିବା ସହିତ ନୀଳଗିରି ଅଞ୍ଚଳର ବିଭିନ୍ନ ସ୍କୁଲ୍ କଲେଜର ଛାତ୍ର ଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ସମ୍ପର୍କରେ ଅଧିକ ଜାଣିବା ,ଜଣାଇବା ତାହା ସହିତ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ସେ ପିଲାମାନଙ୍କୁ ମାଗଣାରେ ଏହି ଯନ୍ତ୍ର ମାଧ୍ୟମରେ ସାଧାରଣ ଆଖିରୁ ଅଦୃଶ୍ୟ ଥିବା ଗ୍ରହ, ନକ୍ଷତ୍ର ,ଚନ୍ଦ୍ର ,ତାରା ଓ ଗ୍ରହାଣୁ ପୁଞ୍ଜ ଗୁଡ଼ିକୁ ସ୍ପଷ୍ଟ ଭାବେ ଦେଖାଇଲେ ।

ସାଧାରଣତଃ ବଡ଼ ବଡ଼ ସହରରେ ଥିବା ପ୍ଲାନେଟୋରୀୟମ ମଧ୍ୟରେ ଏଭଳି ଶୋ ଦେଖିବାକୁ ପାଇଁ ,ପିଲାଠୁ ବୁଢା ପର୍ଯ୍ୟନ୍ତ ଯାଇଥାନ୍ତି । ତାର ମଜା ବି ଉଠାଇଥାନ୍ତି । ଭୁବନେଶ୍ୱର, କଲିକତା, ମୁମ୍ବାଇ, ନୂଆ ଦିଲ୍ଲୀ, ଆଲ୍ଲାହାବାଦ, ଆନ୍ଧ୍ରର ପୁଟ୍ଟପର୍ତ୍ତି ଭଳି ପ୍ରାୟତଃ ବିଭିନ୍ନ ରାଜ୍ୟର ପ୍ରମୁଖ ସହର ମାନଙ୍କର ଏଭଳି ପ୍ଲାନେଟୋରିୟମ ରହିଛି ।

ଯାହାକୁ ସେହି ଅଞ୍ଚଳର ଜନ ସାଧାରଣ ତଥା ପର୍ଯ୍ୟଟକ ମାନେ ଦେଖିଥାନ୍ତି । ତେବେ ବାଲେଶ୍ଵର ଜିଲ୍ଲା, ନୀଳଗିରି ଉପଖଣ୍ଡଟି ପାହାଡ଼ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମହାକାଶର ତାରା, ଗ୍ରହ, ନକ୍ଷତ୍ର, ପୁଞ୍ଜ ଦେଖିବା ସାଧାରଣ ଲୋକଙ୍କ ପାଇଁ, ଏକ ସ୍ୱପ୍ନ ଭଳି ହୋଇଥିବାବେଳେ, ଏବେ କିନ୍ତୁ ଅଞ୍ଚଳର ଛାତ୍ର ଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ସମ୍ପର୍କରେ ସଚେତନ କରାଇବା, ଆକୃଷ୍ଟ କରିବା ତଥା ମହାକାଶ ସଂପର୍କରେ ଜାଣିବା ପାଇଁ, ହେଉଥିବା ଏଭଳି ନିଆରା ପ୍ରୟାସ କୁ ସାଧାରଣରେ ପ୍ରଶଂସା କରଯାଇଛି।

ସୁଜିତ୍ ଏହି ଶୋ କୁ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଆରମ୍ଭ କରିଥାନ୍ତି । ଏହି ସମୟରେ ପ୍ରାୟତଃ ପଚାଶରୁ ଊର୍ଦ୍ଧ୍ଵ ଛାତ୍ର ଛାତ୍ରୀ ମାନେ ମହାକାଶର ବିଚିତ୍ରମୟ ଦୃଶ୍ୟକୁ ପିଲାମାନେ ମନ ଭରି ଉପୋଭଗ କରୁଥିବା ବେଳେ, ପିଲାମାନଙ୍କୁ ଏଭଳି ଶୋ ଦେଖେଇ ସୁଜିତ୍ ନିଜକୁ ବେଶ ଗର୍ଵ ଅନୁଭବ କରିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.