୪୦ ଥର ଟ୍ରାଫିକ ନିୟମ ଭାଙ୍ଗି ଧରାପଡ଼ିଲେ ବ୍ୟକ୍ତି, ଚାଲାଣର ଲମ୍ବା ଲିଷ୍ଟ ଧରାଇଲେ ଟ୍ରାଫିକ ପୋଲିସ

ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଜଣେ ବ୍ୟକ୍ତି ଟ୍ରାଫିକ ନିୟମ ଭାଙ୍ଗିଥିବାର ୪୦ଟି ପେଣ୍ଡିଂ ମାମଲାର ଲିଷ୍ଟକୁ ଧରାଇଥିବା ଦେଖିବାକୁ ମିଳିଛି । ପୋଲିସ ଗାଡ଼ିର ମାଲିକଙ୍କୁ ୧୨ ହଜାର ଟଙ୍କାର ଜୋରିମାନା ଦେବାକୁ କହିଥିଲେ ଯାହାକି କିଛି ସମୟ ପାଇଁ ପେଣ୍ଡିଂ ଥିଲା ଏବଂ ସୋସିଆଲ ମିଡିଆରେ ତାଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଚାଲାଣ ଉପରେ ଲାଗିଲା ଚାଲାଣ । ଅନେକ ଲୋକ ଟ୍ରାଫିକ ନିୟମ ଭାଙ୍ଗିଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଜଣେ ବ୍ୟକ୍ତି ୪୦ ଥର ଟ୍ରାଫିକ ନିୟମ ଭାଙ୍ଗି ଜୋରିମାନା ଦେଇଛନ୍ତି । ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଜଣେ ବ୍ୟକ୍ତି ଟ୍ରାଫିକ ନିୟମ ଭାଙ୍ଗିଥିବାର ୪୦ଟି ପେଣ୍ଡିଂ ମାମଲାର ଲିଷ୍ଟକୁ ଧରାଇଥିବା ଦେଖିବାକୁ ମିଳିଛି । ପୋଲିସ ଗାଡ଼ିର ମାଲିକଙ୍କୁ ୧୨ ହଜାର ଟଙ୍କାର ଜୋରିମାନା ଦେବାକୁ କହିଥିଲେ ଯାହାକି କିଛି ସମୟ ପାଇଁ ପେଣ୍ଡିଂ ଥିଲା ଏବଂ ସୋସିଆଲ ମିଡିଆରେ ତାଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।

ବ୍ୟକ୍ତି ଜଣକ ଥାଲାଘଟ୍ଟା ପୋଲିସ ସୀମା ନିକଟରେ ଧରାପଡିଥିଲେ । ପୋଲିସ ତାଙ୍କ ବିରୋଧରେ ଦୀର୍ଘଦିନରୁ ଥିବା ପେଣ୍ଡିଂ ମାମଲାକୁ ଖୋଜିଥିଲେ ଏବଂ ଘଟଣାସ୍ଥଳରୁ ତାଙ୍କଠାରୁ ଜୋରିମାନା ଜବତ କରିଥିଲେ । X ରେ ଟ୍ରାଫିକ ପୋଲିସ ଲେଖିଛନ୍ତି ଯେ ମୋଟ ୪୦ଟି ପେଣ୍ଡିଂ ମାମଲାରେ ୧୨,୦୦୦ ଟଙ୍କା ଜୋରିମାନା କରାଯାଇଛି।

ଚାଲାଣ କଟାଯିବା ପରେ ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଟ୍ରାଫିକ ନିୟମ ଭାଙ୍ଗିଥିବା ଏହି ବ୍ୟକ୍ତିଙ୍କ ଲମ୍ବା ଟ୍ରାଫିକ୍ ଲିଷ୍ଟ ସହିତ ଏକ ଫଟୋ ପାଇଁ ଦେଇଥିବା ପୋଜ୍ ଦେଖି ସୋସିଆଲ ମିଡିୟା ୟୁଜର ନିଜର ପ୍ରତିକ୍ରିୟା ରଖୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, ସେ ଏହି ଚାଲାଣ କାଟିବା ପରେ ଏତେ ଗର୍ବ ଅନୁଭବ କରୁଛନ୍ତି କି ?

ଅନ୍ୟ କେତେକ X ୟୁଜର କହିଛନ୍ତି ଯେ ବାରମ୍ବାର ଅପରାଧ କରିଥିବାରୁ ଏହି ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ କ୍ୟାନ୍ସଲ କରାଯିବା ଉଚିତ୍ । ଅନ୍ୟପଟେ ଜଣେ ୟୁଜର ଲେଖିଛନ୍ତି, ତୁରନ୍ତ ଏହି ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ଆପଣ RTOକୁ ସୁପାରିଶ କରିବା ଉଚିତ ନୁହେଁ କି? ବୋଧହୁଏ ତାଙ୍କୁ କାଉନସିଲିଂର ଆବଶ୍ୟକତା ରହିଛି । ନଚେତ୍ ଆପଣ ଆସନ୍ତା ବର୍ଷ ମଧ୍ୟ ତାଙ୍କ ସହିତ ଆଉ ଏକ ଫଟୋ ପୋଷ୍ଟ କରିବେ । ଏଭଳି ଅନେକ ୟୁଜର ନିଜର ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.