ପାକିସ୍ତାନ ମ୍ୟାଚ୍ ନେଇ ବଢିଲା ବିସିସିଆଇ ଚିନ୍ତା, ପୁଣି ବଦଳିପାରେ ବିଶ୍ୱକପ ୨୦୨୩ ସୂଚୀ
ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ବିଶ୍ୱକପ ସୂଚୀରେ ପରିବର୍ତ୍ତନ କରିବା ପାଇଁ ଦାବି କରି ବିସିସିଆଇର ଟେନସନ ବଢାଇ ଦେଇଛି । ବିସିସିଆଇ ଆଇସିସି ସହିତ ମିଶି ବିଶ୍ୱକପ ୨୦୨୩ ପାଇଁ ୧୦୦ ଦିନର ସୂଚୀ ଘୋଷଣା କରିଥିଲା ।

ବିଶ୍ୱକପ ୨୦୨୩ ଆଉ ଦୁଇ ମାସ ପରେ ଆରମ୍ଭ ହେବ । ଏହା ମଧ୍ୟରେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ବିଶ୍ୱକପ ସୂଚୀରେ ପରିବର୍ତ୍ତନ କରିବା ପାଇଁ ଦାବି କରି ବିସିସିଆଇର ଟେନସନ ବଢାଇ ଦେଇଛି । ବିସିସିଆଇ ଆଇସିସି ସହିତ ମିଶି ବିଶ୍ୱକପ ୨୦୨୩ ପାଇଁ ୧୦୦ ଦିନର ସୂଚୀ ଘୋଷଣା କରିଥିଲା । କିନ୍ତୁ ଭାରତ ବନାମ ପାକିସ୍ତାନ ମ୍ୟାଚ ସହିତ ପାଖାପାଖି ୯ଟି ମ୍ୟାଚର ସୂଚୀରେ ପରିବର୍ତ୍ତନ କରାଯାଇଥିଲା । ଏହା ମଧ୍ୟରେ ହାଇଦ୍ରାବାଦ କ୍ରିକେଟ ଆସୋସିଏନ ପୁଣି ସୂଚୀ ବଦଳାଇବା ପାଇଁ ଦାବି କରିଛି ।
ସୂଚନା ଅନୁସାରେ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ୍ ତରଫରୁ ଏକ ଚିଠି ମାଧ୍ୟମରେ ବିସିସିଆଇକୁ ମ୍ୟାଚ ତାରିଖ ପରିବର୍ତ୍ତନ କରିବା ପାଇଁ ଦାବି କରିଛି । ଅକ୍ଟୋବର ୯ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ ନ୍ୟୁଜିଲାଣ୍ଡ ଏବଂ ନେଦରଲାଣ୍ଡ ବିପକ୍ଷ ମ୍ୟାଚ । ଏହା ପରଦିନ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଉ ଏକ ହାଇ ଭୋଲଟେଜ ମ୍ୟାଚ ରହିଛି । ତେବେ ଲଗାତାର ଦୁଇ ଦିନରେ ଦୁଇଟି ମ୍ୟାଚ ରହିଥିବା ବେଳେ ହାଇଦ୍ରାବାଦ ପୋଲିସ ପାଇଁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା କଷ୍ଟକର ହୋଇପାରେ । ନିଜର ସମସ୍ୟା ନେଇ ହ୍ରାଇଦ୍ରାବାଦ କ୍ରିକେଟ ଆସୋସିଏସନ ବିସିସିଆଇକୁ ଜଣାଇଛି ।
ଏହା ପୂର୍ବରୁ ନଭେମ୍ବର ୧୧ ତାରିଖରେ କୋଲକାତାରେ ହେବାକୁ ଥିବା ପାକିସ୍ତାନ-ଇଂଲଣ୍ଡ ମ୍ୟାଚରେ ପରିବର୍ତ୍ତନ କରିଥିଲା ବିସିସିଆଇ । ତେବେ ନୂଆ ସୂଚୀ ଅନୁସାରେ ଏହି ମ୍ୟାଚ ନଭେମ୍ବର ୧୧ ତାରିଖରେ ଖେଳାଯିବ । ସେହିପରି ବିଶ୍ୱକପର ସବୁଠାରୁ ହାଇ ଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ । ପ୍ରଥମେ ଏହା ଅକ୍ଟୋବର ୧୫ ତାରିଖରେ ଖେଳାଯିବାକୁ ଥିବା ବେଳେ ବର୍ତ୍ତମାନ ଏଥିପାଇଁ ଅକ୍ଟୋବର ୧୪ ତାରିଖ ଧାର୍ଯ୍ୟ କରାଯାଇଛି ।
ବିଶ୍ୱକପ ୨୦୨୩ ମ୍ୟାଚ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ । ଚାମ୍ପିଅନ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଲାଯିବ । ତେବେ ଭାରତରେ ପ୍ରଥମ ଥର ସଂପୂର୍ଣ୍ଣ ବିଶ୍ୱକପ ଆୟୋଜନ କରାଯାଉଛି । ଏଥିପାଇଁ ୧୦ଟି ସ୍ଥାନ ଚୟନ କରାଯାଇଛି । ଉଦଘାଟନୀ ମ୍ୟାଚ ଏବଂ ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।
ବିଶ୍ବକପ ୨୦୨୩ରେ ଟିମ୍ ଇଣ୍ଡିଆର ସୂଚୀ :
୮ ଅକ୍ଟୋବର : ଭାରତ ବନାମ ଅଷ୍ଟ୍ରେଲିଆ(ଚେନ୍ନାଇ)
୧୧ ଅକ୍ଟୋବର : ଭାରତ ବନାମ ଆଫଗାନିସ୍ତାନ ( ଦିଲ୍ଲୀ)
୧୫ ଅକ୍ଟୋବର : ଭାରତ ବନାମ ପାକିସ୍ତାନ (ଅହମଦାବାଦ)
୧୯ ଅକ୍ଟୋବର : ଭାରତ ବନାମ ବାଂଲାଦେଶ ( ପୁନେ)
୨୨ ଅକ୍ଟୋବର : ଭାରତ ବନାମ ନ୍ୟୁଜିଲାଣ୍ଡ ( ଧର୍ମଶାଳା)
୨୯ ଅକ୍ଟୋବର : ଭାରତ ବନାମ ଇଂଲଣ୍ଡ (ଲକ୍ଷ୍ନୌ)
୨ ନଭେମ୍ବର : ଭାରତ ବମାନ କ୍ବାଲିଫାୟର (ମୁମ୍ବାଇ)
୫ ନଭେମ୍ବର : ଭାରତ ବନାମ ଦକ୍ଷିଣ ଆଫ୍ରିକା (କୋଲକତା)
୧୧ ନଭେମ୍ବର : ଭାରତ ବନାମ କ୍ବାଲିଫାୟର ଟିମ୍ (ବେଙ୍ଗାଲୁରୁ)