ଟିଭି ଚ୍ୟାନେଲଗୁଡ଼ିକୁ କେନ୍ଦ୍ର ସରକାର ଦେଲେ ଚେତାବନୀ! କହିଲେ, ରକ୍ତ, ଶାରୀରିକ ଆକ୍ରମଣ ସମ୍ବନ୍ଧିତ ଫଟୋ ଓ ଭିଡିଓ ଦେଖାଇବା ବନ୍ଦ କର…

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ୯ ଜାନୁୟାରୀରେ ସମସ୍ତ ଟେଲିଭିଜନ ଚ୍ୟାନେଲକୁ ଏକ ପରାମର୍ଶ ଜାରି କରିଛି। ସରକାର କହିଛନ୍ତି ଯେ ଟିଭି ଚ୍ୟାନେଲଗୁଡ଼ିକ ଲୋକଙ୍କୁ ବିବ୍ରତ କଲା ଭଳି ଭିଡିଓ ଏବଂ ଫଟୋ ଦେଖାଇବା ବନ୍ଦ କରନ୍ତୁ। ସରକାର ଟିଭି ଚ୍ୟାନେଲଗୁଡ଼ିକୁ ଚେତାବନୀ ଦେବାକୁ ଯାଇ ରକ୍ତ, ମୃତଦେହ ଏବଂ ଶାରୀରିକ ଆକ୍ରମଣର ଫଟୋକୁ ପ୍ରୋଗ୍ରାମ କୋଡ୍‌ ବିରୋଧୀ ବୋଲି କହିଛନ୍ତି। ଟେଲିଭିଜନ ଚ୍ୟାନେଲଗୁଡ଼ିକ ଦ୍ୱାରା ବିବେକ ଅଭାବର ଅନେକ ମାମଲା ଦେଖାଯିବା ପରେ ମନ୍ତ୍ରଣାଳୟ ଏହି ପରାମର୍ଶ ଜାରି କରିଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମୁତାବକ, ଟେଲିଭିଜନ ଚ୍ୟାନେଲଗୁଡ଼ିକ ଦ୍ୱାରା ସୋସିଆଲ ମିଡିଆରୁ ନିଆଯାଇଥିବା ହିଂସାତ୍ମକ ଭିଡିଓଗୁଡିକୁ ବିନା କୌଣସି ଏଡିଟିଂରେ ଜାରି କରାଯାଉଛି, ଯଦ୍ଦ୍ଵାରା ମହିଳା ଏବଂ ପିଲାଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ୁଛି। ମନ୍ତ୍ରଣାଳୟ କହିଛି କି, ଟେଲିଭିଜନ ଚ୍ୟାନେଲଗୁଡ଼ିକ ମଣିଷର ମୃତଦେହ, ଚାରିଆଡ଼େ ପଡ଼ିଥିବା ରକ୍ତ ଛିଟା, ହିଂସା ସମେତ ଦୁର୍ଘଟଣା ଏବଂ ଆହତ ବ୍ୟକ୍ତିଙ୍କ ଫୁଟେଜ୍ ଓ ଫଟୋକୁ ଟିଭିରେ ଦେଖାଉଛନ୍ତି, ଯେଉଁଗୁଡ଼ିକ ଲୋକଙ୍କୁ ବିବ୍ରତ, ବିଚଳିତ କଲା ଭଳି ରହିଛି।

ମନ୍ତ୍ରଣାଳୟ କହିଛି ଯେ ରକ୍ତ, ମୃତଦେହ ଏବଂ ଶାରୀରିକ ଆକ୍ରମଣର ଫଟୋଗୁଡ଼ିକର ଟିଭି ଚ୍ୟାନେଲର ପ୍ରୋଗ୍ରାମ କୋଡ୍‌ ବିରୋଧୀ। ପରାମର୍ଶରେ କୁହାଯାଇଛି କି, ଏପରି ହିଂସାତ୍ମକ ଓ ବିଚଳିତ ଖବରଗୁଡ଼ିକ ପ୍ରସାରଣ ଦ୍ୱାରା ପିଲାମାନଙ୍କ ମାନସିକତା ଉପରେ ବିପରୀତ ପ୍ରଭାବ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.