ମଝି ଆକାଶରେ ଫେଲ୍‌ ହେଲା ବିମାନର ଇଞ୍ଜିନ୍‌, ଅଳ୍ପକେ ବର୍ତ୍ତିଲେ ୧୬୦ ଯାତ୍ରୀ

ଜୟପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଛି । କୁହାଯାଉଛି ଯେ ଇଣ୍ଡିଗୋ ଫ୍ଲାଇଟ୍ 6E-784 ଉଡ଼ାଣ ଭରିବା ପରେ ଇଞ୍ଜିନ୍ ଖରାପ ହୋଇଥିବା ବିମାନ କର୍ମଚାରୀ ଜାଣିବାକୁ ପାଇଥିଲେ ।

ବର୍ତ୍ତମାନ ଫ୍ଲାଇଟ୍‌ କୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି । ନିକଟରେ ଫ୍ଲାଇଟ ବିଳମ୍ବ ହେବାରୁ ଯାତ୍ରୀମାନେ ରନେଓ୍ଵରେ ବସି ଖାଦ୍ୟ ଖାଇଥିବା ଖବର ସାମ୍ନାକୁ ଆସିଥିଲା ସେହିପରି ଫ୍ଲାଇଟ ବିଳମ୍ବକୁ ନେଇ ଜଣେ ଯାତ୍ରୀ ପାଇଲଟଙ୍କୁ ଚାପୁଡ଼ା ମରିଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ତେବେ ଆଜି ଆମେ ଆପଣଙ୍କୁ ଆଉ ଏକ ବିମାନ ସମ୍ବନ୍ଧୀୟ ଖବର ଜଣାଇବାକୁ ଯାଉଛୁ ।

ଜୟପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଛି । କୁହାଯାଉଛି ଯେ ଇଣ୍ଡିଗୋ ଫ୍ଲାଇଟ୍ 6E-784 ଉଡ଼ାଣ ଭରିବା ପରେ ଇଞ୍ଜିନ୍ ଖରାପ ହୋଇଥିବା ବିମାନ କର୍ମଚାରୀ ଜାଣିବାକୁ ପାଇଥିଲେ । ତେଣୁ ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା । ରିପୋର୍ଟ ଅନୁଯାୟୀ ବିମାନରେ ୧୬୦ ଜଣ ଯାତ୍ରୀ ଥିଲେ ।

ଇଣ୍ଡିଗୋ ବିମାନ ନମ୍ବର 6E-784 ଜୟପୁରରୁ କୋଲକାତା କୁ ସଂନ୍ଧ୍ୟା ୬.୧୫ ରେ ଉଡ଼ାଣ ଭରେ । କିନ୍ତୁ ସୋମବାର ସନ୍ଧ୍ୟାରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଏବଂ ଏହି ବିମାନଟି ଜୟପୁରରୁ ରାତି ୮.୨୫ ରେ ଉଡ଼ାଣ ଭରିଥିଲା । ଟେକ୍ ଅଫ୍ କରିବାର କିଛି ସମୟ ପରେ ଏହାର ଇଞ୍ଜିନ୍ ଖରାପ ହୋଇଥିଲା ଏବଂ ବିମାନକୁ ଜୟପୁର ବିମାନ ବନ୍ଦରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷିତ ଅଛନ୍ତି ।

ଜୟପୁରରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ 6E784 ଟେକନିକାଲ ସମସ୍ୟା ପାଇଁ ଜୟପୁରକୁ ଫେରିଯାଇଥିଲା । ପାଇଲଟ୍ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମକୁ ଫୋଲୋ କରି ବିମାନକୁ ଜୟପୁରରେ ଲ୍ୟାଣ୍ଡିଂ କରିଥିବା ସୂଚନା ମିଳିଛି । ଯାତ୍ରୀମାନଙ୍କ ପାଇଁ ଅନ୍ୟ ବିମାନର ସୁବିଧା କରାଯାଇଥିଲା । ଯାଞ୍ଚ ଏବଂ ମରାମତି ପାଇଁ ଉକ୍ତ ବିମାନକୁ ଜୟପୁରରେ ରଖାଯାଇଛି । ଯାତ୍ରୀଙ୍କ ଅସୁବିଧା ପାଇଁ ଏୟାରଲାଇନ୍ସ ଦୁଃଖ ପ୍ରକାଶ କରିଛି ।
ଗୋଟିଏ ପଟେ ଇଣ୍ଡିଗୋ ବିମାନ ନମ୍ବର 6E-784 ର ଯାତ୍ରୀମାନେ ଇଞ୍ଜିନ ଖରାପ ଯୋଗୁଁ ଅସୁବିଧାରେ ପଡ଼ିଥିବା ବେଳେ ଅନ୍ୟପଟେ ଜୟପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ସ୍ପାଇସଜେଟ୍ ବିମାନର ଯାତ୍ରୀମାନେ ମଧ୍ୟ ବହୁତ ହଇରାଣ ହୋଇଛନ୍ତି ।
ଫ୍ଲାଇଟ୍‌ ନମ୍ବର SG-2342 ଜୟପୁରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା କିନ୍ତୁ ୨ ଘଣ୍ଟା ଧରି ଆକାଶରେ ରହିବା ପରେ ବିମାନଟି ଜୟପୁରକୁ ଫେରି ଆସିଥିଲା । ଏହାର କାରଣ ହେଉଛି ଘନ କୁହୁଡ଼ି ଯୋଗୁଁ ବିମାନଟି ଦିଲ୍ଲୀରେ ଲ୍ୟାଣ୍ଡିଂ କରି ପାରି ନଥିଲା । ପ୍ରାୟ ଏକ ଘଣ୍ଟା ଧରି ହୋଲ୍ଡରେ ରହିବା ପରେ ବିମାନଟି ଜୟପୁରକୁ ଫେରି ଆସିଥିଲା।

ବିମାନ ସହ ଜଡ଼ିତ ଏଭଳି ଖବର ବାରମ୍ବାର ସାମ୍ନାକୁ ଆସୁଛି । ଏହାର ମୁଖ୍ୟ କାରଣ ହେଉଛି ଘନ କୁହୁଡ଼ି । ଘନ କୁହୁଡ଼ି ଯୋଗୁଁ ପାଇଲଟଙ୍କୁ ଏୟାରପୋର୍ଟ ଦେଖାଯାଉ ନାହିଁ ଏବଂ ସେମାନେ ଲ୍ୟାଣ୍ଡିଂ କରିବାରେ ଅସମର୍ଥ ହେଉଛନ୍ତି । ତେବେ ଇଣ୍ଡିଗୋ ଫ୍ଲାଇଟରେ ଏମିତି ଇଞ୍ଜିନ୍‌ ଖରାପକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.