BCCI ବାର୍ଷିକ ପୁରସ୍କାର ଉତ୍ସବ, ଶୁବମନ ଗିଲ ଏବଂ ରବି ଶାସ୍ତ୍ରୀଙ୍କୁ ମିଳିବ ଏହି ସମ୍ମାନ

ବିସିସିଆଇ ଆଓ୍ଵାର୍ଡ ୨୦୧୯ ପରେ ପ୍ରଥମ ଥର ପାଇଁ ଆୟୋଜିତ ହେବ । ଏହି ଅବସରରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା କୋଚ୍ ରବି ଶାସ୍ତ୍ରୀଙ୍କୁ ଜୀବନ ବ୍ୟାପି ଅବଦାନ ପାଇଁ ସମ୍ମାନିତ କରାଯିବ । ସେହିଭଳି ଯୁବ ଓପ୍ନର ଶୁବମନ ଗିଲଙ୍କୁ କ୍ରିକେଟର ଅଫ୍ ଦ ଇୟର ଭାବେ ପୁରସ୍କୃତ କରିବ ବିସିସିଆଇ ।

ଭାରତୀୟ କ୍ରିକେଟରଙ୍କ ପାଇଁ ଆଜିର ଦିନ ବେଶ ମହତ୍ତ୍ୱପୂର୍ଣ୍ଣ । ଆଜି ବିସିସିଆଇର ବାର୍ଷିକ ପୁରସ୍କାର ଉତ୍ସବ ହାଇଦ୍ରାବାଦରେ ଆୟୋଜିତ ହେଉଛି । ଏହି ଅବସରରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା କୋଚ୍ ରବି ଶାସ୍ତ୍ରୀଙ୍କୁ ଜୀବନ ବ୍ୟାପି ଅବଦାନ ପାଇଁ ସମ୍ମାନିତ କରାଯିବ । ସେହିଭଳି ଯୁବ ଓପ୍ନର ଶୁବମନ ଗିଲଙ୍କୁ କ୍ରିକେଟର ଅଫ୍ ଦ ଇୟର ଭାବେ ପୁରସ୍କୃତ କରିବ ବିସିସିଆଇ । ୨୦୨୩ ବର୍ଷ ପାଇଁ ଗିଲ ଏହି ପୁରସ୍କାର ପାଇବେ ।

ଉତ୍ସବରେ ଇଂଲଣ୍ଡ ଟେଷ୍ଟ ସିରିଜ୍ ପାଇଁ ଘୋଷିତ ଦଳ ମଧ୍ୟ ଯୋଗ ଦେବେ । ବିସିସିଆଇ ଆଓ୍ଵାର୍ଡ ୨୦୧୯ ପରେ ପ୍ରଥମ ଥର ପାଇଁ ଆୟୋଜିତ ହେବ । ବିସିସିଆଇର କାର୍ଯ୍ୟକ୍ରମରେ ଇଂଲଣ୍ଡର ଟେଷ୍ଟ ଟିମ୍‌ ମଧ୍ୟ ସାମିଲ ରହିବ । ୨୦୨୩ ଗିଲଙ୍କ ପାଇଁ ସବୁଠାରୁ ଭଲ ରହିଥିଲା । ୨୦୨୩ରେ ଦିନିକିଆରେ ସବୁଠାରୁ ସଫଳ କ୍ରିକେଟର ଥିଲେ ଗିଲ୍‌ । ସେ ୨୦୨୩ରେ ଦିନିକିଆ ଫର୍ମାଟରେ ୫ଟି ଶତକ ମାରିଥିଲେ । ଏହାସହିତ ଦିନିକିଆରେ ୨୦୦୦ରୁ ଅଧିକ ରନ୍‌ କରିବା ରେକର୍ଡ ମଧ୍ୟ କରିଛନ୍ତି ।


ସେହିପରି ରବି ଶାସ୍ତ୍ରୀ ଏବେ କମେଣ୍ଟ୍ରି କରିବାରେ ବ୍ୟସ୍ତ ରହିଛନ୍ତି । ସେ ଭାରତୀୟ ଟିମ ପାଇଁ ୮୦ଟି ଟେଷ୍ଟ ଏବଂ ୧୫୦ଟି ଦିନିକିଆ ଖେଳିଛନ୍ତି । ରବି ଶାସ୍ତ୍ରୀ ୨୦୧୪ ଏବଂ ୨୦୧୬ ପାଇଁ ଭାରତୀୟ ଟିମର ଡାଇରେକ୍ଟର ରହିଛନ୍ତି । ଏହାପରେ ମୁଖ୍ୟ କୋଚ ଭାବେ ୨୦୨୧ ପର୍ଯ୍ୟନ୍ତ ରହିଥିଲେ ।

ସୂଚନାଯୋଗ୍ୟ, ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଥିବା ପାଞ୍ଚ ଟିକିଆ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ । ପାରିବାରିକ କାରଣରୁ ସେ ଖେଳୁ ନଥିବା କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.