ଶୁଣିଲାନି ପ୍ରଶାସନ, ପିଇବା ପାଣି ପାଇଁ ଗରା-ବାଲଟି ଧରି ରାସ୍ତାରୋକ କଲେ ଗ୍ରାମବାସୀ

ଶୁଣିଲାନି ପ୍ରଶାସନ, ରାସ୍ତା ଉପରେ ଧାରଣା । ପିଇବା ପାଣି ପାଇଁ ଗରା-ବାଲଟି ଧରି ରାସ୍ତାରୋକ କଲେ ଗ୍ରାମବାସୀ । ବାରିପଦା-ଉଦଳା ରାଜ୍ୟ ରାଜପଥ ପୋଡାଅସ୍ତିଆ ଠାରେ ଧାରଣା ଦେଇଛନ୍ତି । ଗାଁରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି ।

ମୟୂରଭଞ୍ଜ (କେନ୍ୟୁଜ): ଶୁଣିଲାନି ପ୍ରଶାସନ, ରାସ୍ତା ଉପରେ ଧାରଣା । ପିଇବା ପାଣି ପାଇଁ ଗରା-ବାଲଟି ଧରି ରାସ୍ତାରୋକ କଲେ ଗ୍ରାମବାସୀ । ବାରିପଦା-ଉଦଳା ରାଜ୍ୟ ରାଜପଥ ପୋଡାଅସ୍ତିଆ ଠାରେ ଧାରଣା ଦେଇଛନ୍ତି । ଗାଁରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । କିନ୍ତୁ ପିଇବା ପାଣି ପାଇଁ ରହିଛି ମାତ୍ର ଗୋଟିଏ ନଳକୂପ । ତାହା ମଧ୍ୟ ଅଧିକାଂଶ ସମୟରେ ଖରାପ ହୋଇଯାଏ ।

ସମସ୍ୟାର ସମାଧାନ ପାଇଁ ଗାଁଲୋକ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହେଲାନି । ତେଣୁ ରାସ୍ତା ଉପରେ ଗରା, ବାଲଟି ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ବାରିପଦା-ଉଦଳା ମଧ୍ୟରେ ଗମନାଗମନ ଠପ ହୋଇଯାଇଛି । ବାରିପଦା ଟାଉନ ଥାନା ପୋଲି ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.