Below header

ଇ-କୋର୍ଟ ମିଶନ ମୋଡ ପ୍ରୋଜେକ୍ଟର ତୃତୀୟ ପର୍ଯ୍ୟାୟକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ,ଯେ କୌଣସି ସ୍ଥାନରୁ କୋର୍ଟ ଫି କିମ୍ୱା ଫାଇନ୍ ଦେଇ ହେବ

କେନ୍ୟୁଜ୍(ବ୍ୟୁରୋ): ପେପରଲେସ୍ କୋର୍ଟ ଦିଗରେ ଆଉ ଏକ ପାଦ ଆଗକୁ ବଢିଛି କେନ୍ଦ୍ର। ୭ ହଜାର ୨୧୦ କୋଟି ଟଙ୍କା ମୂଲ୍ୟର ଇ-କୋର୍ଟ ମିଶନ ମୋଡ ପ୍ରୋଜେକ୍ଟର ତୃତୀୟ ପର୍ଯ୍ୟାୟକୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି। ଯାହାର ଲକ୍ଷ୍ୟ ହେଉଛି ଅନଲାଇନ୍ ଏବଂ ପେପରଲେସ୍ କୋର୍ଟ ଗଠନ କରିବା ।

ଏହାବାଦ୍ ଇ-ଫାଇଲିଂ ଓ ଇ-ପେମେଣ୍ଟ ବ୍ୟବସ୍ଥାକୁ ସାର୍ବଜନିନ କରିବା । ସଫ୍ଟୱେର ଆପ୍ଲିକେସନ, କେସ୍ ରେକର୍ଡ ଆଦି ଡାଟା ସୁରକ୍ଷିତ ରଖିବା ପାଇଁ କ୍ଲାଉଡ ଷ୍ଟୋରେଜ ବ୍ୟବସ୍ଥା କରାଯିବ। ଏଥିପାଇଁ ସମସ୍ତ କୋର୍ଟ କମ୍ପ୍ଲେକ୍ସରେ ୪ ହଜାର ୪ ଶହ ଇ-ସେବା କେନ୍ଦ୍ର ସ୍ଥାପନ କରାଯିବ । ଏହା ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସମ୍ବୃଦ୍ଧ କରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.