ଜମ୍ମୁ କାଶ୍ମୀର ଅନନ୍ତନାଗରେ ଏନକାଉଣ୍ଟର, ୨ ଆର୍ମୀ ଅଫିସର ଓ ଜଣେ ପୋଲିସ ଅଧିକାରୀ ସହିଦ

ଅପରେସନ ଓ ମୃତଦେହ ଉଦ୍ଧାରର ତଦାରଖ କରିବାକୁ ଏନକାଉଣ୍ଟର ସାଇଟକୁ ଯାଇଛନ୍ତି ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ। ଉଦ୍ଧାର କାର୍ଯ୍ୟ ସହ ଆତଙ୍କବାଦୀଙ୍କୁ ଖୋଜିଖୋଜି ନିପାତ କରିବାକୁ ଆର୍ମୀ ରଚିତା ହେଲିକପ୍ଟର ମଧ୍ୟ ମୁତୟନ ହୋଇଛି।

କେନ୍ୟୁଜ୍(ବ୍ୟୁରୋ): ଜମ୍ମୁ କାଶ୍ମୀର ଅନନ୍ତନାଗରେ ଏନକାଉଣ୍ଟର । ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ୨ ଆର୍ମୀ ଅଫିସର ଓ ଜଣେ ପୋଲିସ ଅଧିକାରୀ ସହିଦ। ଏମାନେ ହେଲେ କର୍ଣ୍ଣେଲ ମନପ୍ରୀତି ସିଂ, ମେଜର ଆଶିଷ ଧୋନଚକ ଓ ଡିଏସପି ହୁମାୟୁଁ ମୁଜାବିଲ ଭଟ୍ଟ । 19 ରାଷ୍ଟ୍ରୀୟ ରାଇଫଲର କମାଣ୍ଡିଂ ଅଫିସର ଥିଲେ କର୍ଣ୍ଣେଲ ମନପ୍ରୀତ ସିଂ। ଅନନ୍ତନାଗର କୋକେରନାଗ ଜଂଗଲରେ ଆତଙ୍କବାଦୀଙ୍କ ଭୀଷଣ ଗୁଳିବର୍ଷା ଭିତରେ ଡଏସପି ହୁମାୟୁଁଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଅପରେସନ ଓ ମୃତଦେହ ଉଦ୍ଧାରର ତଦାରଖ କରିବାକୁ ଏନକାଉଣ୍ଟର ସାଇଟକୁ ଯାଇଛନ୍ତି ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ। ଉଦ୍ଧାର କାର୍ଯ୍ୟ ସହ ଆତଙ୍କବାଦୀଙ୍କୁ ଖୋଜିଖୋଜି ନିପାତ କରିବାକୁ ଆର୍ମୀ ରଚିତା ହେଲିକପ୍ଟର ମଧ୍ୟ ମୁତୟନ ହୋଇଛି। ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଠୋସ ସୂଚନା ପାଇବା ପରେ ଗତ ବିଳମ୍ବିତ ରାତିରେ ଆର୍ମୀ ଓ ପୋଲିସର ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି। ୨୪ ଘଣ୍ଟା ଭିତରେ ଏହା ଦ୍ବିତୀୟ ଏନକାଉଣ୍ଟର। ପ୍ରଥମ ଏନକାଉଣ୍ଟରରେ ଜଣେ ଯବାନ ସହିଦ ହୋଇଥିଲେ। ୩ ଜଣ ଯବାନ ଆହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.