Below header

ଓଡ଼ିଶା ଗସ୍ତରେ EC ଟିମ,ନିର୍ବାଚନ ପ୍ରସ୍ତୁତି ନେଇ କଲେ ସମୀକ୍ଷା

ଭୁବନେଶ୍ବର ଖାରବେଳ ଭବନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ବୈଠକରେ ଯୋଗ ଦେଇଛନ୍ତି। ତ୍ରୁଟିଶୂନ୍ୟ ଭୋଟର ତାଲିକା ଉପରେ ଗୁରୁତ୍ବ ଦିଆଯାଉଛି

କେନ୍ୟୁଜ୍(ବ୍ୟୁରୋ):  ନିର୍ବାଚନ କମିଶନ-EC ଟିମର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା । ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ EC ଟିମ ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି। ଭୁବନେଶ୍ବର ଖାରବେଳ ଭବନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ବୈଠକରେ ଯୋଗ ଦେଇଛନ୍ତି। ତ୍ରୁଟିଶୂନ୍ୟ ଭୋଟର ତାଲିକା ଉପରେ ଗୁରୁତ୍ବ ଦିଆଯାଉଛି । ସ୍ବତନ୍ତ୍ର ଫୋକସରେ ରହିଛି ଭୋଟର ତାଲିକା ରିଭିଜନ । ବୈଠକରେ ପୂର୍ବରୁ ଝାରସୁଗୁଡ଼ା ଓ ପଦ୍ମପୁରରେ ବିଧାନସଭା ଉପନିର୍ବାଚନ ବେଳେ ହୋଇଥିବା ପ୍ରସ୍ତୁତି ଉପରେ ମଧ୍ୟ ସମୀକ୍ଷା କରାଯାଇପାରେ ।

ECIଡେପୁଟୀ ନିର୍ବାଚନ କମିଶନର ଧର୍ମେନ୍ଦ୍ର ଶର୍ମା ଓ ନୀତୀଶ ବ୍ୟାସ ବୈଠକରେ ସାମିଲ ହୋଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମଧ୍ୟ ଯୋଗ ଦେଇଛନ୍ତି । ଏହାପୂର୍ବରୁ ଇସି ଡେପୁଟୀ କମିଶନର ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ । ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ନେଇ ସେଠାକାର ଅଧିକାରୀଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହାପରେ ଗତକାଲି ସନ୍ଧ୍ୟାରେ ECI ର ୬ ଜଣିଆ ଟିମ୍ ଭୁବନେଶ୍ବର ଆସିଛନ୍ତି । ତେଣୁ EC ଟିମଙ୍କ ଓଡ଼ିଶା ଗସ୍ତ ଆଗୁଆ ବିଧାନସଭା ନିର୍ବାଚନର ସଙ୍କେତ ନୁହେଁ ବୋଲି କୁହାଯାଇଛି । ଯଦି ଦେଶରେ ଲୋକସଭା ନିର୍ବାଚନ ଆଗୁଆ ନହୁଏ ତେବେ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ଆଗୁଆ ହେବାର କୌଣସି ସମ୍ଭାବନା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.