ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବସଟି ଗଜପତି ଜ଼ିଲ୍ଲା ମହେନ୍ଦ୍ରଗଡ଼ରୁ ଗଞ୍ଜାମ ଜ଼ିଲ୍ଲା ଜରଡ଼ା ଅଭିମୁଖେ ୩୦ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି

ମୋହନା(କେନ୍ୟୁଜ୍): ବର୍ଷା ଯୋଗୁଁ ବୁଧବାର ଅପରାହ୍ନ ସମୟରେ ଗଞ୍ଜାମ ଗଜପତି ସୀମାନ୍ତ କାନକଟା ଘାଟି ରାସ୍ତା ରେ ଭାରସାମ୍ୟ ହରାଇ ରଘୁନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ରାସ୍ତା କଡ଼କୁ ଖସି ଯାଇଛି ।

ବସଟି ଗଜପତି ଜ଼ିଲ୍ଲା ମହେନ୍ଦ୍ରଗଡ଼ରୁ ଗଞ୍ଜାମ ଜ଼ିଲ୍ଲା ଜରଡ଼ା ଅଭିମୁଖେ ୩୦ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ତେଵେ ଏହି ଦୁର୍ଘଟଣା ରେ କୌଣସି ଯାତ୍ରୀ ଙ୍କ କିଛି କ୍ଷତି ହୋଇନଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ନିଜ ନିଜ ଗନ୍ତବ୍ୟ ସ୍ଥଳ କୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.