ମହିଳାଙ୍କ ବଡି ମସାଜ୍‌ ପାଇଁ ଆସିଥିବା ଯୁବତୀ ଘଟାଇଲେ ଏମିତି କାଣ୍ଡ, ଖୋଜି ବୁଲୁଛି ପୋଲିସ

ବଡି ମସାଜ୍‌ ପାଇଁ ଅର୍ବାନ୍‌ କ୍ଲାପ୍‌ ଆପ୍‌ରୁ ଯୁବତୀଙ୍କୁ ଡାକିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଅଭିଯୋଗ ଉଠିଛି, ଆସିଥିବା ଯୁବତୀ ଜଣକ ମହିଳାଙ୍କ ବାଥ୍‌ରୁମରେ ରଖାଯାଇଥିବା ୫ ଲକ୍ଷ ଟଙ୍କାର ଗହଣା ଚୋରି କରି ଫେରାର୍‌ ହୋଇଯାଇଛନ୍ତି। ଏ ନେଇ ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହାସହ ପଢ଼ନ୍ତୁ: ଯୁବକଙ୍କ ନୂତନ ଆବିଷ୍କାର: ବୋରୱେଲରେ ଗଳିପଡ଼ିଥିବା ଛୁଆଙ୍କୁ ଉଦ୍ଧାର କରିବ ଏହି ମେଶିନ, କରିବ ଏମିତି କାମ

ଆପାର୍ଟମେଣ୍ଟରେ ରହୁଥିବା ମହିଳା ଜଣକ ପୋଲିସ ନିକଟରେ କରିଥିବା ଅଭିଯୋଗ ମୁତାବକ, ସେ ନଭେମ୍ବର ୩ରେ ଅର୍ବାନ୍‌ କ୍ଲାପ୍‌ ଆପ୍‌ରେ ମସାଜ୍‌ ପାଇଁ ବୁକିଂ କରିଥିଲେ। ସବୁଥର ଜଣେ ମହିଳା ଆସୁଥିବା ବେଳେ ଏଥର କିନ୍ତୁ ଜଣେ ଯୁବତୀଙ୍କୁ ପଠାଯାଇଥିଲା। ସେ ଘରେ ସନ୍ଧ୍ୟା ବେଳେ ପହଞ୍ଚିଥିଲେ। ତେବେ ଯୁବତୀ ଆସିବା ପୂର୍ବରୁ ମହିଳା ଜଣକ ପିନ୍ଧିଥିବା ସମସ୍ତ ଗହଣାକୁ କାଢ଼ି ବାଥ୍‌ରୁମରେ ରଖିଥିଲେ।

ସନ୍ଧ୍ୟା ପ୍ରାୟ ୬ଟାରେ ଯୁବତୀ ପହଞ୍ଚିଥିଲେ। ପାଖାପାଖି ୧ ଘଣ୍ଟା ପରେ ସେ ହାତ ଧୋଇବାକୁ ବାଥ୍‌ରୁମ ଚାଲିଯାଇଥିଲେ। ଏହି ସମୟରେ ମହିଳା ଜଣକ ଘରକୁ ଆସିଥିବା କାମବାଲିକୁ କାମ ବିଷୟରେ ବୁଝାଉଥିଲେ। ତେବେ ଯୁବତୀ ଯିବା ପରେ ପରଦିନ ଯେତେବେଳେ ମହିଳା ବାଥ୍‌ରୁମରେ ନିଜ ଗହଣା ଖୋଜିଥିଲେ, ସେତେବେଳେ ସେ ଗହଣା ପାଇ ନ ଥିଲେ। ପରେ ସେ ସୋସାଇଟିର କଣ୍ଟ୍ରୋଲ ରୁମ୍‌ ଯାଇ ଛାନ୍‌ଭିନ କରିଥିଲେ। ଏଥିରୁ ପ୍ରକୃତ ଘଟଣା ପଦାକୁ ଆସିଥିଲା।

ଏହାସହ ପଢ଼ନ୍ତୁ: ହାଉସ୍‌ମେଡ୍‌ଙ୍କ ଭିଜିଟିଙ୍ଗ୍‌ କାର୍ଡ ହେଲା ଭାଇରାଲ, କାମ ପାଇଁ ଆସୁଛି ଅଫର ପରେ ଅଫର

ମସାଜ୍‌ କରିବାକୁ ଆସିଥିବା ଯୁବତୀ ମହିଳାଙ୍କର ହୀରା ମୁଦି ସମେତ ଗହଣା ଚୋରି କରି ନେଇଯାଇଛନ୍ତି। ଘଟଣା ପରେ ପୋଲିସ ଖୋଳତାଡ଼ ଜାରି ରଖିଛି। ହେଲେ ଯୁବତୀଙ୍କର କୌଣସି ପତ୍ତା ମିଳିପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.