ସାଉଦିର ରାଣୀଙ୍କ ଘରୁ ୫ କୋଟି ଟଙ୍କାର ଜିନିଷ ଚୋରି, ଏବେ ହସ୍ପିଟାଲରେ ଭର୍ତ୍ତି ରାଣୀ

ଘଟଣାଟି ଘଟିଛି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ । ଏଠାରେ ରହୁଥିବା ସାଉଦିର ଜଣେ ରାଣୀଙ୍କ ଘରୁ ପାଖାପାଖି 5 କୋଟି ଟଙ୍କାର ଜିନିଷ ଚୋରି ହୋଇଯାଇଛି । ସୂଚନା ଅନୁଯାୟୀ 47 ବର୍ଷୀୟ ରାଣୀ ଅଗଷ୍ଟ ମାସରୁ ନିଜର ଏହି ଆପାର୍ଟମେଣ୍ଟରେ ରହୁନଥିଲେ, କିନ୍ତୁ ଯେବେଳେ ସେ ଫେରିଲେ ସେ ଦେଖିଲେ କି ତାଙ୍କର କିଛି ମୂଲ୍ୟବାନ ଅଳଙ୍କାର । ଘଡି ଏବଂ ବ୍ୟାଗ ଚୋରି ହୋଇଯାଇଛି । ଯାହାର ମୂଲ୍ୟ ପାଖାପାଖି 4 କୋଟି 75 ଲକ୍ଷ ଟଙ୍କାର ହେବ ।

ବର୍ତ୍ତମାନ ରାଣୀଙ୍କୁ ବହୁତ ବଡ ସଦମା ଲାଗିଛି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ପୋଲିସ ସହ କଥାବାର୍ତ୍ତା ହୋଇନାହାନ୍ତି । ରାଣୀଙ୍କ ଘର ପ୍ୟାରିସର ହାଇ ଫୋର୍ସ ଏରିଆ ଏବୋନ୍ୟୁ ଜର୍ଜ 5 ରେ ଅବସ୍ଥିତ । ଚୋର ତାଙ୍କ ଘରୁ 30 ହରମସ ବ୍ୟାଗ, Cartierର ଘଣ୍ଟା, ଅଳଙ୍କାର ଏବଂ ଅନେକ ମୂଲ୍ୟବାନ ଜିନିଷ ଚୋରି କରି ନେଇଯାଇଛନ୍ତି । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.