Below header

ମୁଣ୍ଡରେ ତରଭୁଜ ପିନ୍ଧି ଦୋକାନ ଲୁଟିବାକୁ ଆସିଥିଲେ ୨ ଚୋର, ଗୋଟିଏ ଛୋଟିଆ ଭୁଲ ପହଞ୍ଚାଇଦେଲା ଜେଲ !

ଆମେରିକାର ଭର୍ଜିନିଆରେ ଏକ ଦୋକାନରୁ ଲୁଟିବା ପାଇଁ 2ଜଣ ଚୋର ଅଦ୍ଭୁତ ବେଶରେ ପହଞ୍ଚିଥିଲେ। ଶନିବାର ଲୁଇସା ପୋଲିସ ସେମାନଙ୍କ ଫଟୋ ଫେସବୁକରେ ସେୟାର କରିଛି। ଆଉ ଏହାପରେ ଫଟୋଟି ସୋସିଆଲ ମିଡିଆରେ ପୂରା ଭାଇରଲ ହୋଇଯାଇଛି। ପୋଲିସ ମୁତାବକ, 2 ଜଣ ଚୋର ଏକ କଳା ରଙ୍ଗର ଟ୍ରକରେ ଦୋକାନରୁ ଲୁଟିବା ପାଇଁ ପହଞ୍ଚିଥିଲେ। ଯେତେବେଳେ ସେମାନେ ଟ୍ରକରୁ ବାହାରିଲେ, ଦୁଇଜଣ ଯାକ ମୁଣ୍ଡରେ ମାସ୍କ ଜାଗାରେ ତରଭୁଜ ପିନ୍ଧିଥିଲେ।

ଭିଡ଼ିଓରେ ସେମାନେ Halloween ଭଳି ତରଭୁଜରେ ଆଖି କରି ତାହାକୁ ମୁଣ୍ଡରେ ପିନ୍ଧି ଆସିଥିବାର ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ଦୁହେଁ ଦୋକାନ ସାମ୍ନାରେ ଛିଡ଼ା ହୋଇ ନିଜର ଫଟୋ ମଧ୍ୟ ଉଠାଉଛନ୍ତି। ଚୋରମାନଙ୍କର ଏଭଳି ଅଜବ ଉପାୟ ଲୋକଙ୍କୁ ଖୁବ ପସନ୍ଦ ଆସିଛି। ଏହି ଭାଇରଲ ଫଟୋକୁ ଏ ପର୍ଯ୍ୟନ୍ତ 5,000ରୁ ଅଧିକ ସେୟାର ମିଳିସାରିଲାଣି। ଏହାସହିତ 1,000ରୁ ଅଧିକ କମେଣ୍ଟ ମଧ୍ୟ ଆସିସାରିଛି।

5

ତେବେ ଜଣେ ୟୁଜରଙ୍କ କମେଣ୍ଟ ଅଧିକ ଭାଇରଲ ହେଉଛି। ସେ ଲେଖିଛନ୍ତି, ‘ଏହି ଚୋରମାନଙ୍କ ଫଟୋ ଚୋରିର କିଛି ଘଣ୍ଟା ପୂର୍ବର। ଏଥିରେ ସେମାନେ ସେହି ଡ୍ରେସ ପିନ୍ଧିଛନ୍ତି, ଯାହାକୁ ଚୋରି କରିବା ସମୟରେ ପିନ୍ଧିଥିଲେ। ଏହାସହିତ ମୁଣ୍ଡରେ ବି ସେମାନେ ତରଭୁଜ ପିନ୍ଧିଛନ୍ତି’। ଏମିତିରେ ପୋଲିସ ତାଙ୍କୁ ସହଜରେ କାବୁ କରିନେଇଥିଲା। ପୂର୍ବରୁ ବି ଏମିତି ଆଉ ଜଣେ ଚୋର ଅଜବ ଢଙ୍ଗରେ ଚୋରି କରିବା ପାଇଁ ଯୋଜନା କରିଥିଲେ। 2018ରେ ଜଣେ ଚୋର ପ୍ଲାଷ୍ଟିକ ବ୍ୟାଗରେ ନିଜର ପୂରା ଶରୀରକୁ ଢାଙ୍କି ଚୋରି କରିବାକୁ ପହଞ୍ଚିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.