ଚୀନରେ ପ୍ରସ୍ତୁତ ହେଉଛି ଅବିବାହିତ ଯୁବକଙ୍କ ପରିସ୍ରାରେ ଏହି ଖାଦ୍ୟ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଚୀନରେ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏଠିକାର ସ୍ଥିତି ଅଣାୟତ୍ତ। ଏହି ଭାଇରସ ସାପ, ବାଦୁଡି କିମ୍ବା ବଜ୍ରକାପ୍ତାଙ୍କ ଠାରୁ ବ୍ୟାପୁଛି ବୋଲି କୁହାଯାଉଛି। ଚୀନବାସୀ ଜୀବଜନ୍ତୁ ଖାଇବାରେ ବେଶ ଧୁରନ୍ଧର। ଏମାନେ ବିଭିନ୍ନ ପ୍ରକାର ଜୀବଜନ୍ତୁକୁ ମାରି ରାନ୍ଧି କିମ୍ବା କଞ୍ଚା ଖାଇଦିଅନ୍ତି।

egg

କିନ୍ତୁ ଆଜି ଆମେ ଆପଣଙ୍କୁ ଚୀନରେ ପ୍ରସ୍ତୁତ ହେଉଥିବା ଏପରି ଏକ ଖାଦ୍ୟ ବିଷୟରେ ଜଣାଇବୁ, ଯାହା ବିଷୟରେ ଶୁଣିଲେ ଆପଣ ନାକ ଟେକିବେ ନିଶ୍ଚିତ। ଏହି ଖାଦ୍ୟ ଚୀନର ଅବିବାହିତ ଯୁବକଙ୍କ ପରିସ୍ରାରେ ପ୍ରସ୍ତୁତ କରାଯାଏ। ଏହା ଶୁଣି ହୁଏତ ଆପଣ ବିଶ୍ୱାସ କରିପାରୁନଥିବେ। ଚୀନରେ ଜୋଜିୟାଙ୍ଗ ପ୍ରାନ୍ତରେ ପ୍ରସ୍ତୁତ ହେଉଥିବା ଏହି ଖାଦ୍ୟର ନାମ ଭର୍ଜିନ ଏଗ୍‌। ଏଥିରେ ଅଣ୍ଡାକୁ ନେଇ ଅବିବାହିତ ଯୁବକଙ୍କ ପରିସ୍ରାରେ ବୁଡାଇ ପ୍ରସ୍ତୁତ କରାଯାଇଥାଏ। ଏହାର ଲୋକାଲ ନାମ ତୋଙ୍ଗଜୀ ଡେନ। ଏହାକୁ ମଧ୍ୟ ବଏ ଏଗ୍‌ କୁହାଯାଏ।