ନିଜ ଚେୟାରରେ ଚେତା ହରାଇଲେ ଜଷ୍ଟିସ ଆର. ଭାନୁମତୀ, ଟଳିଲା ନିର୍ଭୟା ମାମଲାର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଶୁଣାଣି ବେଳେ ସୁପ୍ରିମ୍‌ କୋର୍ଟରେ ଘଟିଲା ଏମିତି ଘଟଣା । କୋର୍ଟ ରୁମ୍‌ରେ ଉପସ୍ଥିତ ଥିବା ସମସ୍ତେ ହତବାକ୍‌ ହୋଇଗଲେ । ନିର୍ଭୟା ଦୋଷୀ ମାନଙ୍କ ଫାଶୀ ସମ୍ବନ୍ଧୀୟ ମାମଲାର ଶୁଣାଣି ଚାଲିଥିବା ସମୟରେ ଅଚାନକ ନିଜ ଆସନରେ ବେହୋସ ହୋଇଗଲେ ବିଚାରପତି ଜଷ୍ଟିସ ଆର ଭାନୁମତୀ । ଯାହାଫଳରେ ଶୁଣାଣିକୁ ସ୍ଥଗିତ ରଖିବାକୁ ପଡ଼ିଥିଲା । ଏହା ପରେ ତାଙ୍କୁ ଅନ୍ୟ ବିଚାରପତିଙ୍କ ସାହାଯ୍ୟରେ ତାଙ୍କ ନିଜ ଚାମ୍ବରକୁ ନିଆଯାଇଥିଲା । ଏବାବଦରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି କି, କିଛି ଦିନ ହେବ ଜଷ୍ଟିସ୍‌ ଭାନୁମତୀ ଜ୍ୱରରେ ପୀଡ଼ିତ ଥିଲେ । ଆଜି ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥ ଭଲ ନଥିଲା । ତେଣୁ ସେ ଚେତା ହରାଇଥିଲେ ।

ଅବଶ୍ୟ ଖୁବ ଶୀଘ୍ର ସେ ହୋସ୍‌କୁ ଆସିଯାଇଥିଲେ । ତେବେ ତାଙ୍କୁ ତୁରନ୍ତ ହୁଇଲ୍‌ ଚେୟାର ଯୋଗେ ତାଙ୍କ ଚାମ୍ବରକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତରମାନେ ପରୀକ୍ଷା କରିଥିଲେ । ପରେ ଜଷ୍ଟିସ୍‌ ଏଏସ ବୋପାନ୍ନା କହିଛନ୍ତି କି ଏହା ପରର ସମସ୍ତ ଶୁଣାଣି ଜଷ୍ଟିସ ଭାନୁମତିଙ୍କ ଚାମ୍ବରରେ ହିଁ ହେବ । ନିର୍ଭୟା ଦୋଷୀମାନଙ୍କୁ ଅଲଗା ଅଲଗା ଫାଶୀ ଦେବା ନେଇ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ
ଏବେ ଶୁଣାଣି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.