Below header

ଏହି ୱାସିଙ୍ଗ ମେସିନରେ ମାତ୍ର ୮୦ ସେକେଣ୍ଡରେ ସଫା ହେବ କପଡା, ଲୋଡ଼ା ନାହିଁ ଅଧିକ ପାଣି କି ଡିଟରଜେଣ୍ଟ

ଲୁଗା ଧୋଇବା କାମ ୱାସିଙ୍ଗ ମେସିନରେ ଖୁବ ସହଜରେ ହୋଇଯାଇଥାଏ । ଯେତେ ଅଧିକ କପଡା ହେଉ ପଛକେ ଖୁବ ସହଜରେ ଖୁବ କମ ସମୟରେ ଶେଷ ହୋଇଯାଇଥାଏ । କିନ୍ତୁ ଏହା ଟିକେ ଦାମିକା ହୋଇଥିବାରୁ ଅନେକ ଲୋକ ଏହାକୁ କିଣିବାକୁ ସଂକ୍ଷମ ହେଉନାହାନ୍ତି । କିଣିଲେ ବି ବିଦ୍ୟୁତ ଖର୍ଚ୍ଚ ତୁଲେଇ ପାରୁନାହାନ୍ତି । ଖାଲି ସେତିକି ନୁହେଁ ସାଧାରଣ ମେସିନରେ ମାତ୍ରାଧିକ ପାଣି ମଧ୍ୟ ଖର୍ଚ୍ଚ ହେଉଛି । ଯେବେ ଦେଶର ଅନେକ ଲୋକଙ୍କୁ ଠିକରେ ପିଇବା ପାଣି ମିଳିପାରୁନାହିଁ । ସେପରି ସ୍ଥିତିରେ ଲୁଗା ଧୋଇବାରେ ଅଯଥା ପାଣି ଖର୍ଚ୍ଚ କରିବେ ବା କେମିତି । ପାଣି ସହିତ ଅତ୍ୟଧିକ ଡିଟରଜେଣ୍ଟ ବି ଖର୍ଚ୍ଚ ହେଉଛି । ଆପଣମାନେ ଲକ୍ଷ କରିଥିବେ ମେସିନରେ ବାରମ୍ବାର ଧୋଇବା ଦ୍ୱାରା କପଡାର ଫେବ୍ରିକ ବି ନଷ୍ଟ ହୋଇଯାଉଛି । ଅନେକଙ୍କ ତ୍ଵଚାକୁ ମଧ୍ୟ ସୁହାଏ ନାହିଁ । ଏସବୁ କାରଣରୁ ଏକ ଷ୍ଟାର୍ଟ ଅପ କମ୍ପାନୀ ଏପରି ଏକ ସମସ୍ୟାର ସମାଧାନ ଖୋଜି ବାହାର କରିଛନ୍ତି । ଆଉ ଏହାର ନାଁ କମ୍ପାନୀ ପକ୍ଷରୁ 80 ୱାସ ରଖାଯାଇଛି । ଆଉ ଖାସ କଥା ହେଉଛି ମାତ୍ର ୮୦ ସେକେଣ୍ଡରେ ଏହା କପଡା ସଫା କରିଦେଇ ପାରିବ ।

ଚଣ୍ଡୀଗଡ଼ରେ ପ୍ରସ୍ତୁତ ଏହି 80Wash ମେସିନ ଦୁଇଟି ପରୋବ୍ଲମକୁ ସମାଧାନ କରିଛି । ଏକରେ ଏହି ମେସିନ ଅଟୋମେଟିକୱାଲି କାମ କରିପାରିବ । ଆଉ ଦ୍ଵିତୀୟରେ ଏଥିରେ ଖର୍ଚ୍ଚ ହେଉଥିବା ପାଣି କମ କରାଯିବା ସହିତ ଡିଟରଜେଣ୍ଟର କେମିକାଲର ଗୁଣକୁ ନଷ୍ଟ କରିଦେଇପାରିବ । କପଡ଼ାରେ ଲାଗିଥିବା ଦାଗ ଅନୁସାରେ ହିଁ ସଫା ହେବାର ସମୟ ବଢିଥାଏ । ଏଥିରେ ଆପଣ ମେଟାଲ କମ୍ପନେଣ୍ଟ ତଥା ପିପିଇ କିଟ ଗୁଡିକୁ ବି ସଫା କରିପାରିବେ । ଏଥିପାଇଁ ଆପଣଙ୍କୁ ସମୟ ଓ କିଛି ପାଣି ଖର୍ଚ୍ଚ କରିବାକୁ ହେବ । ଏହି ମେସିନ ISP ଷ୍ଟିମ ଟେକ୍ନୋଲୋଜିରେ ହିଁ କାମ କରିଥାଏ । ଯେଉଁ ବ୍ୟାକ୍ଟେରିଆକୁ ଲୋ ଫ୍ରିକ୍ୟୁଏନ୍ସି ରେଡ଼ିଓ ଫ୍ରୀକ୍ୟୁନ୍ସି ଉପରେ କାର୍ଯ୍ୟରତ ମାଇକ୍ରୋୱେବ ସାହାଯ୍ୟରେ ନଷ୍ଟ କରିଥାଏ । ଆଉ ଏହା ସହ ଦାଗ, ଧୂଳି, କଲର ଆଦିକୁ ମଧ୍ୟ ସଫା କରିଥାଏ । ଏଥିପାଇଁ ରୁମ ତାପମାତ୍ରାରେ ଡ୍ରାଏ ଷ୍ଟିମ ଜେନେରେଟର ବ୍ୟବହାର କରିପାରିବେ ।ଗୋଟିଏ ସିଙ୍ଗଲ ସାଇକେଲରେ ଆପଣ ୮୦ ସେକେଣ୍ଡରେ ପ୍ରାୟ ୫ଟି କପଡାକୁ ଅଧା କପ ପାଣିରେ ଧୋଇପାରିବେ ।

ଷ୍ଟାର୍ଟଅପ ଦୃଷ୍ଟିରୁ ଦେଖିଲେ ଏଥିପାଇଁ କୌଣସି ଡିଟରଜେଣ୍ଟର ଆବଶ୍ୟକତା ନାହିଁ । ଅଧିକ ଦାଗ ଲାଗିଲେ ମେସିନ ଧୋଇବା ସାଇକେଲକୁ ବଢ଼ାଇ ଦେବ । ଏହି କ୍ଷମତା ୭
ରୁ ୮ କେଜି ମଡେଲର ରହିଛି । ୭୦ ରୁ ୮୦କେଜି କ୍ଷମତା ଵାଲା ମଡେଲ ପ୍ରାୟ ୫୦ ଗୋଟି କପଡାକୁ ସଫା କରିଦେଇପାରିବ । ଏଥିରେ ଅତି ବେଶୀରେ ୫
ରୁ ୬ ଗ୍ଲାସ ପାଣି ଖର୍ଚ ହେବ । ଏହି ମେସିନ ପାଇଲଟ ପ୍ରୋଜେକ୍ଟ ମୋଡରେ ଅଛି । ଷ୍ଟାର୍ଟଅପ ଚଣ୍ଡୀଗଡ଼, ପଞ୍ଚକୁଲା, ମୋହାଲିର ହୋଟେଲ ତଥା ହସ୍ପିଟାଲ ସମେତ ୭
ଟି ସ୍ଥାନରେ ପ୍ରସ୍ତୁତ କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିମାସ ୨୦୦ ଟଙ୍କାର ସବସ୍କ୍ରିପସନ ଦିଆଯାଉଛି । ଯେଉଁଥିରେ ସେ ଅନଲିମିଟେଡ଼ କପଡା ଧୋଇପାରିବେ । ଏହି ଷ୍ଟାର୍ଟଅପକୁ ପଞ୍ଜାବ ତଥା ହରିୟାଣା ସରକାର ପକ୍ଷରୁ ମଞ୍ଜୁରୀ ମିଳିଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.