ପୋଲିସର ମହାନତା: ହାତୀ ମାରି ଦେଇଥିବା ଯୁବକକୁ ୩ କିମି କାନ୍ଧରେ ବୋହି ଆଣିଲେ ମହୁଲପଦା IIC

ବଣାଇ(କେନ୍ୟୁଜ୍): ଅନେକଙ୍କ ମନରେ ପୋଲିସକୁ ନେଇ ବିଭିନ୍ନ ନକାରାତ୍ମକ ଭାବନା ଅଛି। କେଉଁଠି ପୋଲିସ ଠିକରେ ଅଭିଯୋଗ ଶୁଣିନୁ ତ କେଉଁଠି ପୋଲିସ ମିଛ କେସରେ କାହାକୁ ଫସାଇଥିବା ଅନେକ ମନରେ ଭାବନ୍ତି। କିନ୍ତୁ ଆଜି ଜଣେ ପୋଲିସ ଏମିତି ମଣିଷ ପଣିଆ ଦେଖାଇଛନ୍ତି ଯାହାକୁ ନେଇ ଅନେକ ମନରେ ଜନ୍ମିଥିବା ଭାବନାକୁ ବଦଳାଇ ଦେବ ।

ହାତୀ ଆକ୍ରମଣରେ ମାରିଥିବା ଏକ ଯୁବକକୁ ୩ କି.ମି ପାହାଡ଼ ଉପରୁ କାନ୍ଧରେ ବୋହି ତଳକୁ ଆଣି ପୋଲିସ ବାବୁ ଦେଖାଇଛନ୍ତି ମାନବିକତା। ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଫୁଲଝର ନିକଟରେ ଥିବା ଉପର ଗୀନିଆ ଜଙ୍ଗଲରେ ଏକ ଦନ୍ତା ହାତୀ ଆକ୍ରମଣରେ ଉପର ଗିନିଆ ଗ୍ରାମର ହେମନ୍ତ ମୁଣ୍ଡାରୀଙ୍କ ମୃତ୍ୟୁ ହୋଇଥିଲା। ଏକ ଦନ୍ତା କିଛି ଦିନ ହେବ ଏହି ଗ୍ରାମକୁ ଆସି ଉତ୍ପାତ କରୁଥିବା ବେଳେ ବନ ବିଭାଗ ହାତୀକୁ ଘୋଡାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ହାତୀଟି ଯାଇନଥିଲା। ଆଜି ବନବିଭାଗ ଏହି ହାତୀକୁ ଘଉଡ଼ାଉଥିବା ବେଳେ ହାତୀଟି ଏହି ଯୁବକକୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

 ପରେ ମହୁଲପଦା ପୋଲିସ, ରେଞ୍ଜର ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉକ୍ତ ଯୁବକ ଅନ୍ୟ ଏକ ଜାତିରେ ବିବାହ କରିଥିବାରୁ ଜାତି, କୁଟୁମ୍ବ କେହି ମୃତ ଦେହକୁ କାନ୍ଧ ଦେଇ ନଥିଲେ । ଶେଷରେ ମହୁଲପଦା ଭାରପ୍ରାପ୍ତ ଥାନା ଅଧିକାରୀ ଏବଂ ତାଙ୍କ କର୍ମଚାରୀ ଯୁବକକୁ ପାହାଡ଼ ଉପରୁ ୩ କିମି ତଳକୁ ଆଣିଥିଲେ ଓ ବ୍ୟବଛେଦ ପାଇଁ ପଠାଇଥିଲେ। ଶେଷରେ ପୁଅ ଓ ବାପା ସହିତ ପୋଲିସ ଶେଷ ପର୍ଯ୍ୟନ୍ତ ରହି ଶେଷକୃତ୍ୟ କରିଥିଲେ । ପୋଲିସର ଏହି ମହତ କାମ ପାଇଁ ଏବେ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.