Below header

୨୮ ବର୍ଷ ହେଲାଣି ନଇଁପଡୁଥିଲା ଯୁବକଙ୍କ ଅଣ୍ଟା, ଦେବଦୂତ ସାଜିଲେ ଡାକ୍ତର

ଆପଣଙ୍କ ପାଇଁ ୫ ମିନିଟ୍‌ ଅଣ୍ଟାକୁ ଭାଙ୍ଗି ତଳକୁ ନଇଁ ରହିବା କଷ୍ଟକର ହୋଇପଡୁଥିବ। କିନ୍ତୁ ଜଣେ ଯୁବକ ଦୀର୍ଘ ୨୮ ବର୍ଷ ହେଲାଣି ଅଣ୍ଟାକୁ ଭାଙ୍ଗି ତଳକୁ ନଇଁ ରହୁଥିଲେ। କିନ୍ତୁ ଡାକ୍ତରଙ୍କ ସଫଳ ସର୍ଜରୀ ଯୋଗୁଁ ଆଜି ସିଧା ହୋଇ ଯୁବକ ଜଣକ ଠିଆ ହୋଇପାରିଛନ୍ତି। ଆପଣ ଏହି ଫଟୋକୁ ଦେଖିଲେ ଯୁବକଙ୍କ କଷ୍ଟକୁ ଅନୁଭବ କରିପାରୁଥିବେ। ଦୀର୍ଘ ୨୮ ବର୍ଷ ଧରି ଯୁବକ ଜଣକ ankylosing spondylitis ରୋଗ ସହିତ ଜୀବନ ସଂଗ୍ରାମ କରୁଛନ୍ତି। ଏହି ରୋଗ ଯୋଗୁଁ ତାଙ୍କ ଅଣ୍ଟା ଭାଙ୍ଗିପଡିବା ଭଳି ରହିଥିଲା। ସିଧା ଭାବେ ଠିଆ ହୋଇ ରହିବା ଅସମ୍ଭବ ହୋଇପଡିଛି।

man

ଏହି ଫଟୋ ଲି ହୁଆ ନାମକ ଜଣେ ଯୁବକଙ୍କର। ଏପରି ରୋଗ ଯୋଗୁଁ ଲି ଗତ ୨୮ ବର୍ଷ ହେଲାଣି ତାଙ୍କ ମୁଣ୍ଡ ତାଙ୍କ ଆଣ୍ଠୁରେ ଲାଗି ରହୁଥିଲା। ନିକଟରେ ଡାକ୍ତର ତାଙ୍କ ସର୍ଜରୀ କରିବା ପରେ ସିଧା ହୋଇ ଠିଆ ହେବାରେ ସକ୍ଷମ ହୋଇଛନ୍ତି। ଲି ଚୀନରେ ରହୁଥିବା ବେଳେ ତାଙ୍କ ମା’ ତାଙ୍କର ଦେଖାଶୁଣା କରନ୍ତି। ଆର୍ଥିକ ଅବସ୍ଥା ସଠିକ୍‌ ନଥିବା ଯୋଗୁଁ ଗତବର୍ଷ ହେବାକୁ ଥିବା ସର୍ଜରୀକୁ ରଦ୍ଦ କରିଦେଇଥିଲେ। ଗତ ପାଞ୍ଚ ବର୍ଷ ହେଲାଣି ଖାଇବା ଏବଂ ପିଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରି ସର୍ଜରୀ ଯୋଗୁଁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଡାକ୍ତର ମଧ୍ୟକହିଥିଲେ। କିନ୍ତୁ ପ୍ରଫେସର ଡାକ୍ତର ତାଓ ହୁରିୟନ ଏହି ସର୍ଜରୀକୁ ସଫଳ କରିଛନ୍ତି। ସେ ପୂର୍ବରୁ ଏପରି ଦୁଇଜଣ ରୋଗୀଙ୍କୁ ଠିକ୍‌ କରିସାରିଛନ୍ତି।

ଏବେ ଲି ସର୍ଜରୀ ପରେ ଚାଲିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ସେ ଏବେ ଓ୍ଵାକର ସାହାଯ୍ୟରେ ଚାଲିପାରୁଛନ୍ତି। ୨ରୁ ୩ ମାସ ଏପରି ଥେରାପୀ ଚାଲିବା ପରେ ତାଙ୍କ ଅବସ୍ଥା ଠିକ ହୋଇଯିବ ବୋଲି ଡାକ୍ତର କହିଛନ୍ତି। ଡାକ୍ତର ତାଙ୍କୁ ନୂଆ ଜନ୍ମ ଦେଇଛନ୍ତି ବୋଲି ଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.