କରୋନା ରୋଗୀଙ୍କ ସହ ଦୂରରେ ରହି ବି କଥା ହୋଇପାରିବେ ଡାକ୍ତର ! ଏହି ରେଳ ଡିଭିଜନ ତିଆରି କଲା ସ୍ୱତନ୍ତ୍ର ଟ୍ରେନ ଟ୍ରଲି

ପୂରା ଦେଶ ଏବେ କରୋନା ଭାଇରସ ସହ ଲଢ଼ୁଛି। ତେବେ ଏହାରି ଭିତରେ କୋଲକାତାର ଆସନସୋଲ ରେଳ ଡିଭିଜନ ଏମିତି ଏକ ଯନ୍ତ୍ର ବାହାର କରିଛି, ଯଦ୍ଦ୍ୱାରା ଡାକ୍ତରମାନଙ୍କୁ କରୋନା ରୋଗୀଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ। ସେମାନେ ଦୂରତା ଅବଲମ୍ବନ କରି ରୋଗୀଙ୍କ ଚିକିତ୍ସା କରିପାରିବେ। ଆସନସୋଲ ରେଳ ଡିଭିଜନ ଏକ ନୂତନ ଡିଜାଇନର ଟ୍ରେନ ଟ୍ରଲି ତିଆରି କରିଛି। ଏହା ଜରିଆରେ ଡାକ୍ତରମାନେ ଦୂରରୁ ରୋଗୀଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚରାଉଚରା କରିପାରିବେ।

ଡିଭିଜନର Signal and Telecom Department ଏହି ଟ୍ରେନ ଟ୍ରଲି ପ୍ରସ୍ତୁତ କରିଛି। ଏହା ରିମୋଟ କଣ୍ଟ୍ରୋଲ ଦ୍ୱାରା ରୋଗୀଙ୍କ ପାଖରେ ପହଞ୍ଚି ଯାଇଥାଏ ଏବଂ ଚିକିତ୍ସକଙ୍କ ସହ ତାଙ୍କର କଥାବାର୍ତ୍ତା କରାଇ ଦେଇଥାଏ। ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଜାଣିବା ପରେ ଏହି ଟ୍ରଲି ସେମାନଙ୍କ ପାଇଁ ଔଷଧ ଆଣିବା କାମ ମଧ୍ୟ କରିଦେଇଥାଏ। କେବଳ ଏତିକି ନୁହେଁ, ରୋଗୀମାନଙ୍କ ପାଇଁ ଖାଦ୍ୟ ମଧ୍ୟ ଆଣିଥାଏ। ତେବେ ଏହି ଟ୍ରଲି ଅନେକାଂଶରେ କରୋନା ସଂକ୍ରମଣକୁ କାବୁ କରିପାରିବ ବୋଲି ରେଳ ଡିଭିଜନର ଅଧିକାରୀ ଏବଂ ଡାକ୍ତରମାନେ ଆଶା ରଖିଛନ୍ତି।

5

ଅଧିକାରୀମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନ କିଛି ଦିନ ଯାଏ ଏହାକୁ ପରୀକ୍ଷଣ କରାଯିବ। ଆଗକୁ ମଧ୍ୟ ଏହି ପ୍ରକାର ଟ୍ରଲି ଟ୍ରେନ ତିଆରି କରାଯିବ। କେବଳ ରେଳ ବିଭାଗ ନୁହେଁ, ଅନ୍ୟ ହସ୍ପିଟାଲଗୁଡିକ ଯଦି ଏହି ଗାଡି ପାଇଁ ଡିମାଣ୍ଡ କରିବେ ଏବଂ ସରକାର ଏଥିପାଇଁ ନିର୍ଦ୍ଦେଶ ଜାରି କରିବେ, ତେବେ ଆସନସୋଲ ରେଳ ଡିଭିଜନ ସେମାନଙ୍କ ସହିତ ବି ଛିଡାହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.