Below header

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ଟଳିଲେ ୩ ଆତଙ୍କବାଦୀ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର । ଟଳିଲେ ୩ ଆତଙ୍କବାଦୀ । ସୋପିଆନର ମଞ୍ଜ ମାର୍ଗ ଅଞ୍ଚଳରେ ଏହି ଏନାକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଲସ୍କର-ଏ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏହି ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ କଶ୍ମୀର ପଣ୍ଡିତଙ୍କ ହତ୍ୟାରେ ସାମିଲ ଥିବା ଜଣାପଡିଛି । କିଛି ଆତଙ୍କବାଦୀ ମଞ୍ଜ ମାର୍ଗରେ ପ୍ରବେଶ କରିଥିବା ସୂଚନା ପାଇଥିଲେ ସୁରକ୍ଷାକର୍ମୀ । ଏହା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ ।

ଆତ୍ମଗୋପନ କରିଥିବା ଆତଙ୍କବାଦୀ ହଠାତ ସୁରକ୍ଷାକର୍ମୀମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ଏହାର ପାଲଟା ଯବାବରେ ଗୁଳିଚାଳନା କରିଥିଲେ ସୁରକ୍ଷାକର୍ମୀ ।

ଏହି ଗୁଳି ବିନିମୟରେ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ନିକଟରୁ ଗୋଟିଏ ଏକେ -୪୭ ଏବଂ ଦୁଇଟି ପିସ୍ତଲ ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.