ତୁଳସୀ ଧାରଣ ଓ ଜପ କରିବାର ମାଳା କଣ ଗୋଟିଏ କି? ତେବେ ଅଘଟଣ ଘଟିବା ପୂର୍ବରୁ ଜଲଦି ଜାଣନ୍ତୁ

ହିନ୍ଦୁ ଧର୍ମରେ ତୁଳସୀ ଗଛ ଏବଂ ତୁଳସୀ ମାଳା ଉଭୟର ବିଶେଷ ମହତ୍ତ୍ୱ ରହିଛି। ତୁଳସୀ ଗଛ ସବୁ ଭାରତୀୟଙ୍କ ଘରେ ନିଶ୍ଚୟ ରହିଥାଏ ଆଉ ନିୟମିତ ରୂପେ ତୁଳସୀ ଗଛର ପୂଜା କରନ୍ତି ଲୋକେ। ଶାସ୍ତ୍ରରେ ତୁଳସୀକୁ ବହୁତ ପବିତ୍ର ଏବଂ ସକାରାତ୍ମକ ପ୍ରଭାବ ପକାଉଥିବା ଗଛ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ତୁଳସୀ ଗଛର ମହତ୍ତ୍ୱ ଯେତେ ଅଧିକ ରହିଛି ସେତେ ଅଧିକ ତୁଳସୀ ମାଳା ପିନ୍ଧିବା।

ତୁଳସୀ ମାଳାର ଜପ କରିବା ବହୁତ ଫଳପ୍ରଦ ବୋଲି ଧରାଯାଏ। ଯେଉଁ ଲୋକ ଭଗବାନ କୃଣ୍ଣ ଏବଂ ଭଗବାନ ବିଷ୍ଣୁଙ୍କ ଉପାଷକ, ସେମାନେ ତୁଳସୀର ମାଳା ନିଶ୍ଚୟ ନିଜ ଗଳାରେ ଧାରଣ କରନ୍ତି। ଏମିତି ମାନ୍ୟତା ରହିଛି ଯେ ତୁଳସୀ ମାଳା ଗଳାରେ ଧାରଣ କରିବା ଦ୍ୱାରା ମନରେ ଶାନ୍ତି ଏବଂ ଆଧ୍ୟାତ୍ମିକ ପବିତ୍ରତା ଲାଗିରହିଥାଏ। ଏହାବ୍ୟତୀତ ଜ୍ୟୋତିଷରେ ମଧ୍ୟ ତୁଳସୀର ମାଳା ବିଶେଷ ମହତ୍ତ୍ୱ ରହିଥାଏ। ତୁଳସୀର ମାଳା ଧାରଣ କରିବା ଦ୍ୱାରା ବ୍ୟକ୍ତିଙ୍କ ଜାତକରେ ଥିବା ବୁଧ ଏବଂ ଗୁରୁ ଉଭୟ ଗ୍ରହ ମଜବୁତ୍‌ ହୋଇଥାଏ। ତେବେ ଆସନ୍ତୁ ଜାଣିବା ତୁଳସୀ ମାଳା ପିନ୍ଧିବା ଏବଂ ଏହାକୁ ଜପ କରିବାର ନିୟମ କଣ କଣ ରହିଛି।

ତୁଳସୀ ମାଳା ପିନ୍ଧିବାର ନିୟମ

ଶାସ୍ତ୍ରରେ ତୁଳସୀ ଗଛକୁ ପୂଜା କରିବା ଏବଂ ତୁଳସୀ ମାଳାକୁ ଧାରଣ କରିବା ଦ୍ୱାରା ଅନେକ ଫାଇଦା ଏବଂ ନିୟମ ବିଷୟରେ କୁହାଯାଇଛି।
ଏମିତି ତ ତୁଳସୀ ସବୁବେଳେ ଶୁଦ୍ଧ ଏବଂ ସକାରାତ୍ମକ ଶକ୍ତିରେ ଭରି ରହିଥାଏ, କିନ୍ତୁ ଯେତେବେଳେ ବି ତୁଳସୀର ମାଳା ପିନ୍ଧିବେ ସେତେବେଳେ ତାକୁ ଗଙ୍ଗାଜଳରେ ଶୁଦ୍ଧ କରି ହିଁ ଧାରଣ କରିବା ଉଚିତ।

  • ତୁଳସୀର ମାଳା ପିନ୍ଧିବା ଦ୍ୱାରା ଜାତକରେ ବୁଧ ଏବଂ ଗୁରୁ ଉଭୟ ଗ୍ରହ ହିଁ ମଜବୁତ ରହିଥାଏ।
  • ତୁଳସୀର ମାଳା ପିନ୍ଧିବା ଦ୍ୱାରା ଭଗବାନ ବିଷ୍ଣୁ, ମାତା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀକୃଣ୍ଣଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ।
  • ତୁଳସୀର ମାଳା ଧାରଣ କରୁଥିବା ବ୍ୟକ୍ତିଙ୍କୁ ସବୁବେଳେ ସାତ୍ତ୍ୱକ ଭୋଜନ ଗ୍ରହଣ କରିବା ଉଚିତ।
  • ଯେଉଁ ଲୋକ ଗଳାରେ ତୁଳସୀ ମାଳା ପିନ୍ଧନ୍ତି ସେମାନେ କେବେବି ଏହାକୁ ନିଜ ଶରୀର ଠାରୁ ଅଲଗା କରିବା ଉଚିତ ନୁହେଁ।

malaତୁଳସୀ ମାଳା ଜପ କରିବାର ନିୟମ

  • ଯେଉଁ ତୁଳସୀ ମାଳା ଦ୍ୱାରା ଆପଣ ଜପ କରୁଛନ୍ତି ତାକୁ କେବେ ଭୁଲରେ ବି ପିନ୍ଧନ୍ତୁ ନାହିଁ। ପିନ୍ଧିବା ଏବଂ ଜପ କରୁଥିବା ମାଳା ଦୁଇଟି ହେବା ଆବଶ୍ୟକ।
  • ତୁଳସୀର ମାଳାକୁ ଜପ କରିବା ପରେ ତାକୁ କପଡାରେ ଗୋଡାଇ ରଖିବା ଉଚିତ।
  • ସବୁବେଳେ ଯେଉଁ ତୁଳସୀ ମାଳାର ଜପ ଆପଣ କରୁଛନ୍ତି ତାକୁ କେବେବି ବ୍ୟବହାର କରିବା ଅନୁଚିତ। ବରଂ ଅନ୍ୟ ଏକ ମାଳାରେ ଜପ କରିବା ଉଚିତ।
  • ତୁଳସୀ ମାଳାରେ ଅତିକମରେ ୨୭ ଏବଂ ଅଧିକରୁ ଅଧିକ ୧୦୮ ହେବା ଉଚିତ।

ତୁଳସୀ ମାଳାର ପ୍ରକାର

ତୁଳସୀ ମାଳା ଦୁଇ ପ୍ରକାରର ରହିଥାଏ। ଗୋଟେ ଶ୍ୟାମା ଏବଂ ଅନ୍ୟଟି ରାମା ତୁଳସୀ। ଏହି ଦୁଇଟିରୁ ହିଁ ତୁଳସୀ ମାଳା ତିଆରି କରାଯାଏ। ଶ୍ୟାମା ତୁଳସୀର ମାଳା ପିନ୍ଧିବା ଦ୍ୱାରା ବ୍ୟକ୍ତିଙ୍କୁ ମାନସିକ ଶାନ୍ତି ଏବଂ ମନରେ ସକରାତ୍ମକ ଶକ୍ତିର ଭାବ ସୃଷ୍ଟି ହୋଇଥାଏ। ସେହିପରି ରାମା ତୁଳସୀର ମାଳାରୁ ବି ବ୍ୟକ୍ତିଙ୍କ ଜୀବନରେ ସକରାତ୍ମକତା ଏବଂ ଆତ୍ମବିଶ୍ୱାସ ବଢ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.