ସମଗ୍ର ବିଶ୍ୱରେ ଜବରଦସ୍ତ ଆୟ କରୁଛି ‘ଅବତାର ୨’, ମାତ୍ର ୭୨ ଘଣ୍ଟାରେ ୩୫୦୦ କୋଟି ଟଙ୍କା ପାର

ହଲିଉଡ୍ ଫିଲ୍ମ ‘ଅବତାର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିବାରେ ଲାଗିଛି । ଫିଲ୍ମୁ ୧୩ ବର୍ଷ ଧରି ଫ୍ୟାନ୍ସି ଅପେକ୍ଷା କରି ରହିଥିଲେ । ୨୦୦୯ରେ ଏହାର ପ୍ରଥମ ଭାଗ ରିଲିଜ ହୋଇଥିଲା। ଯାହାକୁ ଦେଖିବା ପରେ ଫ୍ୟାନ୍ସ ସିକ୍ୱେଲକୁ ଚାହିଁ ବସିଥିଲେ। ଏବେ ଦ୍ୱିତୀୟ ପାର୍ଟ ରିଲିଜ ହେବା ପରେ ଫ୍ୟାନ୍ସ ବେଶି ଖୁସି ହୋଇଯାଇଛନ୍ତି । ପ୍ରଥମ ଦିନରୁ ଭାରତରେ ବଡ ଓପିନିଂ କରିଥିଲା ଏହି ଫିଲ୍ମ । ତା’ ଛଡା ଦ୍ୱିତୀୟ ଦିନରେ ମଧ୍ୟ ଭଲ ଆୟ କରିଛି । ତୃତୀୟ ଦିନରେ ମଧ୍ୟ ଭଲ ଆୟ କରିଥିଲା । ଏବେ ୪ର୍ଥ ଦିନରେ ଫିଲ୍ମର ଜବରଦସ୍ତ ଆୟ କରିବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।

ଫିଲ୍ମଟି ପ୍ରଥମ ସପ୍ତାହରେ ନର୍ଥ ଆମେରିକାରେ ୧୩୪ ମିଲିଅନ ଡଲାର, ଚୀନରେ ୫୯ ଡଲାର ଏବଂ ଅନ୍ୟ ଦେଶରେ ୨୪୨ ମିଲିଅନ ଡଲାର ରୋଜଗାର କରିସାରିଲାଣି। ଏହାସହିତ ଫିଲ୍ମର ସର୍ବମୋଟ ଆୟ ୪୩୫ ମିଲିଅନ ଡଲାର ହୋଇସାରିଲାଣି। ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୩୫୯୮ କୋଟି ଟଙ୍କା ।

ଭାରତରେ ଏହାକୁ ୬ଟି ଭାଷାରେ ରିଲିଜ କରାଯାଇଛି। ଇଂଲିଶ, ହିନ୍ଦୀ, ତାମିଲ, ତେଲୁଗୁ, ମଲାୟାଲମ୍‌ ଏବଂ କନ୍ନଡ । ଫିଲ୍ମ ୩ଡି ସହିତ ଆଇମାକ୍ସ ଫର୍ମାଟରେ ରିଲିଜ ହୋଇଛି। ଭାରତରେ ଏହି ଫିଲ୍ମ ଗତ ୩ ଦିନ ଭିତରେ ୧୩୩ କୋଟି ଆୟ କରିସାରିଲାଣି । ପ୍ରଥମ ଦିନରେ ୪୧ କୋଟି ଆୟ କରିଥିଲା ଅବତାର ୨ ।

ବଲିଉଡ ନିର୍ଦ୍ଦେଶକ ଜେମସ କ୍ୟାମରୁନ ପୁଣି ଥରେ ସମସ୍ତଙ୍କୁ ଚକିତ କରିଛନ୍ତି । ଶୁକ୍ରବାର ଦିନ ଅବତାର ୨ ଥିଏଟରରେ ରିଲିଜ ହୋଇଛି । ଫିଲ୍ମକୁ ଫ୍ୟାନ୍ସଙ୍କ ଭଲପାଇବା ମିଳିଛି ।  ଫିଲ୍ମ ଦର୍ଶକଙ୍କୁ ନୂଆ ଅନୁଭବ ଦେଇଛି। ବକ୍ସ ଅଫିସ ଆୟ ମାମଲାରେ ଏହି ଫିଲ୍ମ ହଲିଉଡ ଫିଲ୍ମ ‘ସ୍ପାଇଡର ମ୍ୟାନ୍‌ ନୋ େଓ୍ଵ ହୋମ’କୁ ପଛରେ ପକାଇଛି। ଅବତାର ୨ ଚଳିତ ବର୍ଷର ସବୁଠୁ ସଫଳ ହଲିଉଡ ଫିଲ୍ମ ହେବ ବୋଲି ଦାବି କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.