ଜିଲ୍ଲାପାଳଙ୍କ ଗାଡି ଧକ୍କାରେ ଚାଲିଗଲା ୩ ଜୀବନ, ୨ ଗୁରୁତର

ବିହାରର ମଧେପୁରା ଜାତୀୟ ରାଜପଥ-୫୭ରେ ଜିଲ୍ଲାପାଳଙ୍କ ଗାଡ଼ି ଧକ୍କାରେ ଚାଲିଯାଇଛି ୩ ଜୀବନ । ଜିଲ୍ଲାପାଳଙ୍କ ସରକାରୀ ଗାଡି ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ସ୍ଥାନୀୟ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି ।

ବିହାରର ମଧେପୁରା ଜାତୀୟ ରାଜପଥ-୫୭ରେ ଜିଲ୍ଲାପାଳଙ୍କ ଗାଡ଼ି ଧକ୍କାରେ ଚାଲିଯାଇଛି ୩ ଜୀବନ । ଜିଲ୍ଲାପାଳଙ୍କ ସରକାରୀ ଗାଡି ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ସ୍ଥାନୀୟ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଦୁର୍ଘଟଣା ବେଳେ ଜିଲ୍ଲାପାଳ, ଡ୍ରାଇଭର, ଅଙ୍ଗରକ୍ଷୀ ଏବଂ ଜଣେ ଝିଅ ବସିଥିଲେ । ଦୁର୍ଘଟଣା ପରେ ଏକ ବାଇକ ଆସି ସେମାନଙ୍କୁ ନେଇଯାଇଥିଲେ । ସକାଳ ୮.୩୦ ମିନିଟରେ ଏହି ଘଟଣା ଘଟିଛି ।

ଖବର ମୁତାବକ, ମଧେପୁରା ଜିଲ୍ଲାପାଳ ବିଜୟ ପ୍ରକାଶ ମୀନା ଦାରବଙ୍ଗାରୁ ଫେରୁଥିଲେ । ଏହି ସମୟରେ ମଧେପୁରା ଜିଲ୍ଲାର ୫୭ ନଂ ଜାତୀୟ ରାଜପଥ ପୁରୱାରୀ ଟୋଲ୍ ନିକଟରେ ହଠାତ୍ ଲୋକମାନଙ୍କ ଉପରେ ଗାଡି ମାଡି ଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ତାରେ ସମସ୍ତେ ଏଣେ ତେଣେ ଛିଟିକି ହୋଇ ପଡିଥିଲେ ମଧ୍ୟ ଜିଲ୍ଲାପାଳଙ୍କ ସମେତ ଗାଡିରେ ଥିବା ଅନ୍ୟମାନେ ଘଟଣାସ୍ଥଳରୁ ସେଠାରୁ ଚାଲି ଯାଇଥିଲେ। ଦୁର୍ଘଟଣା ବେଳେ ଜିଲ୍ଲାପାଳ, ଡ୍ରାଇଭର, ଅଙ୍ଗରକ୍ଷୀ ଏବଂ ଜଣେ ଝିଅ ବସିଥିଲେ । ଦୁର୍ଘଟଣା ପରେ ଏକ ବାଇକ ଆସି ସେମାନଙ୍କୁ ନେଇଯାଇଥିଲେ ।

ଘଟଣାରେ ଜଣେ ମହିଳାଙ୍କ ସହିତ ଦୁଇଜଣ ପୁରୁଷଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ । ତେଣୁ ୧୦ରୁ ୧୫ କିମି ଯାଏଁ ଗାଡି ଜାମ୍‌ ହୋଇଥିଲା । ଗ୍ରାମବାସୀ କାରକୁ ଭଙ୍ଗାରୁଜା କରିଥିଲେ। ଏହା ପରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.