ସାରା ଅଲ୍ଲୀ ଖାନଙ୍କ ଅପ୍‌କମିଂ ଫିଲ୍ମର ମୋସନ ପୋଷ୍ଟର ରିଲିଜ

ନଭେମ୍ବର ୨୦ରେ କରନ ଜୋହର ଇନ୍‌ଷ୍ଟାଗ୍ରାମରେ ସାରା ଅଲି ଖାନ୍‌ଙ୍କ ନୂଆ ମୋସନ ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ସେ ମାଇକ୍ରୋଫୋନ୍‌ରେ କଥା ହେଉଥିବା ଦେଖିବା ପାଇଁ ମିଳିଛି ।

IFFI ୨୦୨୩ରେ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଅପ୍‌କମିଂ ଫିଲ୍ମ ‘ଏ ବତନ ମେରେ ବତନ’ର ଏକ ନୂଆ ମୋସନ୍‌ ପୋଷ୍ଟର ସେୟାର ହୋଇଛି । ସେହି ସମୟରେ ସେଠାରେ ସାରା ଅଲ୍ଲୀ ଖାନଙ୍କ ସହିତ ଷ୍ଟେଜ୍‌ରେ ଫିଲ୍ମ ମେକର କରନ ଜୋହର ମଧ୍ୟ ନଜର ଆସିଛନ୍ତି । ଜାନୁଆରି ମାସ ୭୪ତମ ଗଣତନ୍ତ୍ର ଦିବସରେ ଏହି ଫିଲ୍ମର ଫାର୍ଷ୍ଟ ଲୁକ୍‌ ସେୟାର ହୋଇଥିଲା । ଫିଲ୍ମ ‘ଏ ବତନ ମେରେ ବତନ’ ଏକ ସତ୍ୟ ଘଟଣାକୁ ନେଇ ହୋଇଛି । ଏଥିରେ ସାରାଙ୍କ ସିରିଏସ୍‌ ଲୁକ୍‌ ଦେଖିବା ପାଇଁ ମିଳିଛି । ଏହି ଫିଲ୍ମରେ ସାରା ଉଷା ମେହେତାଙ୍କ ରୋଲ କରୁଥିବାର ନଜର ଆସିଛନ୍ତି । ଏହି ଫିଲ୍ମରେ ସାରା ଏକ ଭିନ୍ନ ଲୁକ୍‌ରେ ନଜର ଆସିବାକୁ ଯାଉଛନ୍ତି । ଯାହା ଫ୍ୟାନ୍ସଙ୍କୁ ବହୁତ ହିଁ ପସନ୍ଦ ଆସିଛି ।

ନଭେମ୍ବର ୨୦ରେ କରନ ଜୋହର ଇନ୍‌ଷ୍ଟାଗ୍ରାମରେ ସାରା ଅଲ୍ଲୀ ଖାନ୍‌ଙ୍କ ନୂଆ ମୋସନ ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ସେ ମାଇକ୍ରୋଫୋନ୍‌ରେ କଥା ହେଉଥିବା ଦେଖିବା ପାଇଁ ମିଳିଛି । କରନ ଏହି ପୋଷ୍ଟର ସେୟାର କରି ଲେଖିଛନ୍ତି ଯେ ‘ଆଜାଦ୍‌ ଆବାଜ୍‌, କେଦ୍ୟ ନେହିଁ ହୋତି’ #AeWatanMereWatanOnPrime, ଖୁବ୍‌ ଶୀଘ୍ର ଆସୁଛି କେବଳ@ primevideoinରେ । କରନ ଇନ୍‌ଷ୍ଟାଗ୍ରାମରେ ମୋସନ ପୋଷ୍ଟର ସେୟାର କରିବା ପୂର୍ବରୁ IFFI ୨୦୨୩ରେ ସାରାଙ୍କ ସହିତ ମିଶି ଏହାକୁ ରିଲିଜ୍‌ କରିଥିଲେ ।

 

View this post on Instagram

 

A post shared by Sara Ali Khan (@saraalikhan95)

ସାରାଙ୍କୁ ଏହି ନୂଆ ଲୁକ୍‌ ଦେଖିବା ପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି । ତେବେ କିଛି ଦିନ ପୂର୍ବରୁ ହିଁ ସାରା ଫିଲ୍ମ ‘ ଏ ବତନ ମେରେ ବତନ’କୁ ନେଇ ଅପ୍‌ଡେଟ୍‌ ଦେଇଥିଲେ, ଏହି ଫିଲ୍ମର ସୁଟିଂ ଶେଷ ହୋଇସାରିଛି । ଅଭିନେତ୍ରୀ ସାରା ଫିଲ୍ମ ‘ଏ ବତନ ମେରେ ବତନ’ ଘୋଷଣା ହେବା ଠାରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିଲେ । ଏହି ଫିଲ୍ମରେ ତାଙ୍କ ଲୁକ୍‌ କିଛି ଏପରି ରହିଛି, ଯେଉଁ ଥିରେ ସେ ଏକ ଧଳା ଶାଢି ପିନ୍ଧିବା ସହ ମୁଣ୍ଡରେ ବିନ୍ଦି ଲଗାଇଛନ୍ତି । ସାରାଙ୍କ ଏହି ଲୁକ୍‌ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି । ଏହି ମୋସନ ପୋଷ୍ଟର ସାରା ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଧର୍ମା ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମିତ ଫିଲ୍ମ ‘ଏ ବତନ ମେରେ ବତନ’ କୁ କରନ ଜୋହର ପ୍ରଡ୍ୟୁସ୍‌ କରିଛନ୍ତି ଓ କାନନ ଆୟର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ସାରା ଅଲ୍ଲୀ ଖାନ୍‌ ଫ୍ରିଡକ୍‌ ଫାଇଟର୍‌ ଭୂମିକାରେ ନଜର ଆସିବେ । ଫିଲ୍ମ ‘ଏ ବତନ ମେରେ ବତନ’ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହେବ । କିନ୍ତୁ ଏହାର ରିଲିଜ୍‌ ଡେଟ୍‌ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ତେବେ ଫ୍ୟାନ୍ସ ଖୁବ୍‌ ଉତ୍ସାହିତ ଅଛନ୍ତି ଏହି ଫିଲ୍ମ ଦେଖିବାକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.