ଟିକେଟକୁ ନେଇ ଯୁକ୍ତିତର୍କ, ଟିଟିଇଙ୍କୁ ପିଟିଲେ ରେଳବାଇ ପୋଲିସ, ୪ ପୋଲିସ ନିଲମ୍ବିତ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖାଯାଇଛି ଏକ ଅଭାବନୀୟ ଘଟଣା । ଟିକେଟ ମାଗିବାରୁ ରେଳବାଇ ପୋଲିସ ମାଡ ମାରିଛନ୍ତି ଜଣେ ଟିଟିଇଙ୍କୁ ।ପରେ ଅବଶ୍ୟ ରେଳବାଇ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓ ଅଭିଯୁକ୍ତ ପୋଲିସଙ୍କୁ ନିଲମ୍ବନ କରିଛି ।

ଲକ୍ଷ୍ନୌ : ଟିଟିଇ ଓ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସ୍ୱାଭାବିକ । ଏମିତି ଅନେକ ସମୟରେ ଯାତ୍ରୀ ଓ ଟିଟିଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥାଏ । ମାତ୍ର ଗୋଟିଏ ରେଳବାଇ ବିଭାଗର ଟିଟିଇ ଓ ପୋଲିସଙ୍କ ମଧ୍ୟରେ ଝଗଡା ହେବା କ୍ୱଚିତ ଦେଖାଯାଏ ।

ହେଲେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖାଯାଇଛି ଏକ ଅଭାବନୀୟ ଘଟଣା । ଟିକେଟ ମାଗିବାରୁ ରେଳବାଇ ପୋଲିସ ମାଡ ମାରିଛନ୍ତି ୩ ଜଣ ଟିଟିଇଙ୍କୁ ।ପରେ ଅବଶ୍ୟ ରେଳବାଇ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓ ଅଭିଯୁକ୍ତ ପୋଲିସଙ୍କୁ ନିଲମ୍ବନ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ବିକାନିରରୁ ପ୍ରୟାଗରାଜ ଆସୁଥିବା ଏକ ଟ୍ରେନର ଏ-୨ କୋଚରେ ଚଢ଼ିଥିଲେ କିଛି ରେଲବାଇ ପୋଲିସ । ସେମାନେ ଫତେପୁରର ଜିଆରପିସ ଟିମ ବୋଲି ଜଣାପଡିଛନ୍ତି । ଟିଟିଇ ତାଙ୍କୁ ଟିକେଟ ମାଗିବାରୁ ଯୁକ୍ତିତର୍କ ହୋଇଥିଲା । ଫଳରେ ଜିଆରପିମାନେ ଟିଟିଇଙ୍କୁ ମାରଧର କରିବା ସହ କୁକୁର କହି ଗାଳିଗୁଲଜ କରିଥିଲେ ।

କୋଚରେ ଥିବା ଯାତ୍ରୀଙ୍କ ମଧ୍ୟରୁ କେହିଜଣେ ଏହାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡିଦେଇଥିଲା । ଏହା ଭାଇରାଲ ହେବା ପରେ ପୋଲିସ ବିଭାଗର ଦୃ ଷ୍ଟିକୁ ଆସିଥିଲା । ଟିଟିଇଙ୍କ ଅଭିଯୋଗ ହେବା ପରେ ରେଳବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.