ସ୍ୱର୍ଣ୍ଣ ମନ୍ଦିରରେ ଟିକଟକ ବ୍ୟାନ, ମୋବାଇଲ ଫୋନ ଉପରେ ମଧ୍ୟ ଲାଗିପାରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ

ନିକଟରେ ଚଣ୍ଡୀଗଡ଼ ସ୍ୱର୍ଣ୍ଣ ମନ୍ଦିରର କିଛି ଭିଡିଓ ଭାଇରଲ ହେବାପରେ ଶିରୋମଣି ଗୁରୁଦ୍ୱାରର ପ୍ରବନ୍ଧକ ସମିତି ସୋସିଆଲ ମିଡ଼ିଆ ଆପ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ପୂର୍ବରୁ ଅକାଳ ଯଥେଦାର ଜ୍ଞାନୀ ହରପ୍ରିତ ସିଂ କହିଥିଲେ ଯଦି ଶ୍ରଦ୍ଧାଳୁ ମନ୍ଦିର ଭିତରେ ସେଲ୍ଫି ନେବା ଓ ଟିକଟକ ବନାଇବା ଜାରି ରଖନ୍ତି ତାହେଲେ ଆଗକୁ ମନ୍ଦିରରେ ଫୋନକୁ ମଧ୍ୟ ବ୍ୟାନ କରାଯାଇପାରେ । ତାସହିତ ଏଭଳି ପ୍ରତିବନ୍ଧକ ସପକ୍ଷରେ ସେ ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ ।

ହରପ୍ରିତଙ୍କ କହିବା ଅନୁଯାୟୀ ଆମେ ଚାଁହୁଛୁ ଯେ ଶ୍ରଦ୍ଧାଳୁମାନେ ବିନା କୌଣସି ବାଧାବିଘ୍ନରେ ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରନ୍ତୁ ଏବଂ ଆମେ ମଧ୍ୟ ଏହିସବୁ ପ୍ରତିବନ୍ଧକ ସପକ୍ଷରେ ନାହୁଁ କିନ୍ତୁ ଯେଉଁଭଳି ଭାବେ ଟିକଟକର ଘଟଣା ସାମ୍ନାକୁ ଆସୁଛି ଲାଗୁଛି ଆଗକୁ ସ୍ୱର୍ଣ୍ଣ ମନ୍ଦିର ମଧ୍ୟରେ ମୋବାଇଲ ଫୋନ ବ୍ୟାନ କରିବା ଉପରେ ଆମକୁ ଯୋଜନା କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.