ଆଜିଠୁ ଆସନ୍ତା ୧୪ ଯାଏଁ ସାରା ଦେଶରେ ପାଳନ ହେବ ଟିକା ଉତ୍ସବ, ଅଧିକରୁ ଅଧିକ ଯୋଗ୍ୟ ଲୋକଙ୍କୁ ସାମିଲ ପାଇଁ ଉଦ୍ୟମ

କେନ୍ୟୁଜ୍(ବ୍ୟୁରୋ):  ଆଜିଠୁ ଟିକା ଉତ୍ସବ। ଆସନ୍ତା ୧୪ ଯାଏଁ ସାରା ଦେଶରେ ଟିକା ଉତ୍ସବ ପାଳନ କରାଯିବ। ଟିକା ଉତ୍ସବ ପାଳନ କରିବାକୁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ୮୫ ଦିନରେ ଟିକା ନେଲେଣି ୧୦ କୋଟିରୁ ଅଧିକ ଲୋକ। ଅଧିକରୁ ଅଧିକ ଯୋଗ୍ୟ ଲୋକଙ୍କୁ ଟିକାକରଣରେ ସାମିଲ ଉଦ୍ୟମ କରାଯାଉଛି ।

ଜାନୁଆରୀ ୧୬ରୁ ଦେଶରେ ଆରମ୍ଭ ହୋଇଥିଲା ଟିକାକରଣ। ଓଡ଼ିଶା ପାଖରେ ଏବେ ମାତ୍ର ୩.୩ ଲକ୍ଷ ଟିକା ରହିଛି। କେନ୍ଦ୍ରକୁ ୨୫ ଲକ୍ଷ ଡୋଜ୍‌ ଟିକା ରାଜ୍ୟ ମାଗିଥିବାବେଳେ ଗତକାଲି ମାତ୍ର ଅଢ଼େଇ ଲକ୍ଷ କୋଭିସିଲ୍‌ଡ ଟିକା ଆସି ପହଞ୍ଚିଛି। ସବୁ ଟିକା କେନ୍ଦ୍ରରେ ଟିକା ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.