Below header

୨୦୨୪ରେ ପୁଣି ଫେରିବ ମୋଦି ସରକାର ! ଟାଇମ୍ସ ନାଓ ETGର ସର୍ଭେ

୨୦୨୪ରେ ପୁଣି ଫେରିବ କି ମୋଦି ସରକାର । ସଂସଦ ହେଉ କି ଲାଲକିଲ୍ଲା, ସବୁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ୋକ୍ତି ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । ଏହାପରେ ଚର୍ଚ୍ଚା ଆରମ୍ଭ ହୋଇଛି, ଫିର୍ ଏକ ବାର୍ ମୋଦି ସରକାର । ଟାଇମ୍ସ ନାଓ ETGର ସର୍ଭେ ମଧ୍ୟ ଏହା ଦର୍ଶାଇଛି। ସର୍ଭେରେ କୁହାଯାଇଛି ଯଦି ଆଜି ନିର୍ବାଚନ ହୁଏ ତେବେ ଏନଡିଏ ୨୯୬-୩୨୬ ଆସନ ପାଇବ ।

ନୂଆଦିଲ୍ଲୀ : ୨୦୨୪ରେ ପୁଣି ଫେରିବ କି ମୋଦି ସରକାର । ସଂସଦ ହେଉ କି ଲାଲକିଲ୍ଲା, ସବୁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ୋକ୍ତି ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । ଏହାପରେ ଚର୍ଚ୍ଚା ଆରମ୍ଭ ହୋଇଛି, ଫିର୍ ଏକ ବାର୍ ମୋଦି ସରକାର । ଟାଇମ୍ସ ନାଓ ETGର ସର୍ଭେ ମଧ୍ୟ ଏହା ଦର୍ଶାଇଛି। ସର୍ଭେରେ କୁହାଯାଇଛି ଯଦି ଆଜି ନିର୍ବାଚନ ହୁଏ ତେବେ ଏନଡିଏ ୨୯୬-୩୨୬ ଆସନ ପାଇବ ।

ଇଣ୍ଡିଆ ମେଣ୍ଟକୁ ମିଳିବ ୧୬୦-୧୯୦ ଆସନ । ଅର୍ଥାତ ସର୍ଭେ ମୁତାବକ ୨୦୨୪ରେ ପୁଣି ଦେଖିବାକୁ ମିଳିପାରେ ମୋଦି ମ୍ୟାଜିକ। ଓଡ଼ିଶାରେ ବିଜେଡି ୧୨ରୁ ୧୪ ଲୋକସଭା ଆସନ ପାଇବ ବୋଲି ଟାଇମ୍ସ ନାଓ ଇଡି ସର୍ଭେ କହିଛି । ଇଣ୍ଡିଆ ମେଣ୍ଟର ଉଦ୍ୟମ ସତ୍ବେ ମୋଦିକୁ ହରାଇବା ସମ୍ଭାବନା ଜଣା ପଡୁ ନାହିଁ। ହିନ୍ଦୀ ଭାଷାଭାଷୀ ଅଂଚଳରେ ଏନଡିଏକୁ ୮୦ ପ୍ରତିଶତ ସଫଳତା ମିଳିବ। ଉତ୍ତର ଭାରତରେ ମୋଦି ମ୍ୟାଜିକ ବଜାୟ ରହିବ। ଗୁଜରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୮୦ ଆସନ ମଧ୍ୟରୁ ୭୦ ଆସନ ଏନଡିଏ ଜିତିବ ।

ଦକ୍ଷିଣ ଭାରତରେ ବିରୋଧୀ ମେଣ୍ଟକୁ ସଫଳତା ମିଳିବ। କର୍ଣ୍ଣାଟକ, ତାମିଲନାଡୁ ଏବଂ କେରଳରେ ବିରୋଧୀଂକୁ ସଫଳତା ମିଳିବ। କିଂତୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ବିରୋଧୀଙ୍କ ଏକତା ଅଭାବ ଯୋଗୁଁ ସଫଳତା ମିଳିବ ନାହିଁ। ତେଲେଙ୍ଗାନାରେ ବିଆରଏସକୁ ୯-୧୧ ସିଟ୍ ଓ ଆନ୍ଧ୍ରରେ ଜଗନମୋହନ ରେଡ୍ଡିଙ୍କ ୱାଇଏସ୍ ଆର କଂଗ୍ରେସ ପାଇପାରେ ୨୪-୨୫ ସିଟ୍ । ତାମିଲନାଡୁରେ ଇଣ୍ଡିଆ ମେଣ୍ଟ ୩୦ରୁ ୩୪ ଆସନ ଆସନ ମିଳିପାରେ।

ଏନଡିଏ ପାଇବ ୪-୮ ଆସନ। କର୍ଣ୍ଣାଟକରେ ଏନଡିଏ ୨୨ରୁ ୨୪ ଏବଂ ଇଣ୍ଡିଆ ୮ରୁ ୧୦ ଆସନ ପାଇବ। ମହାରାଷ୍ଟ୍ର ଓ ବିହାରରେ ଇଣ୍ଡିଆ-ଏନଡିଏ ମଧ୍ୟରେ କଡା ଟକ୍କର ହେବ। ବିହାରରେ ଏନଡିଏ ୨୨-୨୪ ଏବଂ ଇଣ୍ଡିଆ ୧୬-୧୮ ଆସନ ଜିତିପାରେ। ପଶ୍ଚିମବଙ୍ଗରେ ବିଜୟ ହାସଲ କରିବ ମମତାଙ୍କ ତୃଣମୂଳ କଂଗ୍ରେସ । କଂତୁ ବିଜେପି କଡା ଟକ୍କର ଦେବ। ସର୍ଭେ ମୁତାବକ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାର ବିଶେଷ ପ୍ରଭାବ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.