ଆର୍ଣ୍ଣିଂ ଆପ ସ୍କାମରେ ହଜାର କୋଟିରୁ ଅଧିକ ଟଙ୍କା ଠକେଇ, ସଂସ୍ଥାର ଭାରତ ମୁଖ୍ୟ ଏସ୍. ଚିତ୍ରାଭେଲ ଗିରଫ

ଆର୍ଣ୍ଣିଂ ଆପ ସ୍କାମରେ ହଜାର କୋଟିରୁ ଅଧିକ ଟଙ୍କା ଠକେଇ । ବେଙ୍ଗାଳୁରୁରେ ଥିବା ସଂସ୍ଥାର ଭାରତ ମୁଖ୍ୟ ଏସ୍. ଚିତ୍ରାଭେଲଙ୍କୁ ତାମିଲନାଡୁ ମଦୁରାଇରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଗିରଫ ପରେ ଅଭିଯୁକ୍ତକୁ ୫ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଆଣିବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।

ଚାଇନିଜ ଆର୍ଣ୍ଣିଂ ଆପ, ଅନଲାଇନ ପଞ୍ଜି ସ୍କାମରେ ଲୋକଙ୍କୁ ଚୁନା ଲଗାଉଥିଲା ଠକ । ବିଟେକ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍, ବାଇରନ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ଭାବେ କାର୍ଯ୍ୟରତ ଥିଲା ଏସ୍. ଚିତ୍ରାଭେଲ । ୨୦୧୯ରେ ୩ଜଣ ଚୀନରୁ ଭାରତ ଆସିଥିଲେ ।

ଅନେକ ଅନଲାଇନ ଡିଜିଟାଲ ଲୋନ ଆପ ପ୍ରସ୍ତୁତ କରି ଲୋକଙ୍କୁ ଠକୁଥିଲେ । ଚାଇନିଜ ଆର୍ଣ୍ଣିଂ ଆପ ମାଧ୍ୟମରେ ଲୋକଙ୍କୁ ଟଙ୍କା ଦୁଇଗୁଣା, ଚାରିଗୁଣା ହେଇଯିବାର ଲୋଭ ଦେଖାଉଥିଲେ ଅଭିଯୁକ୍ତ । ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ବଲିଉଡ ସେଲିବ୍ରିଟି, ବଡ ବିଜନେସମ୍ୟାନଙ୍କ ଫଟୋ ଦେଖାଉଥିଲେ । ଲୋକ ଟଙ୍କା ନିବେଶ କରିବା ପରେ ସଂସ୍ଥା ବନ୍ଦ କରି ଫେରାର ହୋଇ ଯାଉଥିଲେ । ଠକେଇରେ ସାମିଲ ତିନି ଚୀନ୍ ନାଗରିକଙ୍କ ମଧ୍ୟରୁ ଜଣକୁ ଚିହ୍ନିଟ କରାଯାଇଛି । ଖୁବ ଶୀଘ୍ର ତା ପାଖରେ ପହଞ୍ଚିବ EOW ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.