ଆଜି ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ, ସାମିଲ ହେବ ନାହିଁ ଭାରତୀୟ ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆ

କେନ୍ୟୁଜ୍: ଆଜି ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ। ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକର ମିଶ୍ରଣକୁ ବିରୋଧ କରି କର୍ମଚାରୀମାନେ ଧର୍ମଘଟରେ ସାମିଲ ହୋଇଛନ୍ତି। ପ୍ରାୟ ସାଢେ ୩ଲକ୍ଷ କର୍ମଚାରୀ ଧର୍ମଘଟରେ ସାମିଲ ହେବେ। ତେବେ ଭାରତୀୟ ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆ ଧର୍ମଘଟରେ ସାମିଲ ହେବ ନାହିଁ। ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ପରିସଂଘ ପକ୍ଷରୁ ଡାକରା ଦିଆଯାଇଥିବା ଏହି ଧର୍ମଘଟକୁ ଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସ ମଧ୍ୟ ସମର୍ଥନ କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ଟି ବଡ ବ୍ୟାଙ୍କ ଗଠନ ପାଇଁ ହେଉଥିବା ଏହି ମିଶ୍ରଣ ପ୍ରଚେଷ୍ଟାକୁ ବ୍ୟାଙ୍କ କର୍ମଚାରୀ ତୀବ୍ର ବିରୋଧ କରିଛନ୍ତି। ଧର୍ମଘଟ ଯୋଗୁଁ ବ୍ୟାହକ କାରବାର ପ୍ରଭାବିତ ହେବା ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.